Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପାକିସ୍ତାନରେ ଇମରାନ ଖାନଙ୍କ ସମର୍ଥକଙ୍କ ହଙ୍ଗାମା, ଲାହୋରରେ ୭ ଦିନ ପର୍ଯ୍ୟନ୍ତ ୧୪୪ ଧାରା   

8/03/2023 at 9:12 PM

ନୂଆଦିଲ୍ଲୀ, ୦୮/୦୩: ପାକିସ୍ତାନର ଲାହୋରରେ ୭ ଦିନ ପାଇଁ ସବୁ ପ୍ରକାରର ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ। ପଞ୍ଜାବ (ପାକିସ୍ତାନ) ଗୃହ ବିଭାଗ ସୁରକ୍ଷା ଦୁଷ୍ଟିରୁ ଏହି ପଦକ୍ଷେପ ନେଇଛନ୍ତି। ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ପ୍ରତିବନ୍ଧକ ସବୁ ପ୍ରକାରର ସଭା, ରାଲି ,ଏବଂ ବିରୋଧ ପ୍ରଦର୍ଶନ ଉପରେ ରହିବ। ଏଥିରେ କୁହାଯାଇଛି ଯେ କୌଣସି ଅପ୍ରୀତିକର ପରିସ୍ଥିତକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ରୋକ୍‌ ୧୪୪ ଧାରା ଅନୁଯାୟୀ ଲଗାଯାଇଛି।

ପ୍ରକୃତରେ ପିଟିଆଇ ବୁଧବାର ଲାହୋରରେ ରାଲି ଘୋଷଣା କରିଥିଲା। ଏହା ସହ ମହିଳାଙ୍କ ରାଲି ମଧ୍ୟ ଘୋଷଣା କରିଥିଲା। ଏହି ମାମଲାରେ ୧୪୪ ଧାରା ଉଲ୍ଲଘଂନ କରିବା ଅଭିଯୋଗରେ ପିଟିଆଇ ଅନେକ କର୍ମୀଙ୍କୁ ହେପାଜତକୁ ନେଇଛି ପୋଲିସ୍‌। ପିଟିଆଇ ମୁଖ୍ୟ ଇମରାନଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରାଯାଇଛି। ଏତିକି ନୁହେଁ ଇମରାନଙ୍କ ସମର୍ଥକଙ୍କୁ ହଟାଇବାକୁ ପୋଲିସ୍ ପାଣିମାଡ଼ କରିଛି। ରିପୋର୍ଟ ଅନୁଯାୟୀ ଇମରାନଙ୍କ ରାଲି ଲାହୋରରେ ଜମାନ ପାର୍କ ସ୍ଥିତ ଘରୁ ଆରମ୍ଭ ହୋଇ ଦରବାରରେ ସରିବ। ଅବଶ୍ୟ ପୋଲିସ୍‌ ପିଟିଆଇର ଏହି ଯୋଜନା ବିଫଳ କରିବା ଅଭିଯୋଗ ରହିଛି।

ପିଟିଆଇ ପଞ୍ଜାବରେ ଆଗାମୀ ପ୍ରାନ୍ତୀୟ ନିର୍ବାଚନ ପାଇଁ ଔପଚାରିକ ଭାବରେ ନିର୍ବାଚନୀ ଅଭିଯାନ ଆରମ୍ଭ କରିବା ପାଇଁ ଲାହୋରେ ରାଲିର ଆୟୋଜନ ନେଇ ଘୋଷଣା କରିଥିଲେ। ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲବି ଗତ ସପ୍ତାହରେ ଘୋଷଣା କରିଥିଲେ ଯେ, ପଞ୍ଜାବ ପ୍ରାନ୍ତରେ ୩୦ ଏପ୍ରିଲରେ ମତଦାନ କରାଯିବ। ଏହି ଘୋଷଣା ପଞ୍ଜାବ ଏବଂ ଖୈବର ପଖତୁନଖ୍ବାର ପ୍ରାନ୍ତୀୟ ବିଧାନସଭା ନିର୍ବାଚନର ୯୦ ଦିନର ନିର୍ଦ୍ଧାରିତ ଅବଧି ମଧ୍ୟରେ କରାଇବାକୁ ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତିର ୨ ଦିନ ପରେ ଆସିଥିଲା। ପଞ୍ଜାବ ଏବଂ ଖୈବର ପଖତୁନଖ୍ବାରେ କ୍ରମଶଃ ୧୪ ଜାନୁଆରୀ ଏବଂ ୧୮ ଜାନୁଆରୀରେ ହେବାକୁ ଥିବା ପ୍ରାନ୍ତୀୟ ବିଧାନସଭାକୁ ଭଙ୍ଗ କରାଯାଇଥିଲା।

   Related Posts