ଆଉ ପ୍ଲାଷ୍ଟିକ ନୁହେଁ ଏବେ ବଜାରରେ ମିଳିବ ବାଉଁଶ ପ୍ରସ୍ତୁତ ବୋତଲ, ଅକ୍ଟୋବର ପହିଲାରେ ବିକ୍ରି ଶୁଭାରମ୍ଭ କରିବେ ନୀତିନ ଗଡକରୀ

Published By : Prameya-News7 Bureau | September 29, 2019 IST

ନୂଆଦିଲ୍ଲୀ: ପ୍ଲାଷ୍ଟିକ ଯୋଗୁ ପରିବେଶ ପ୍ରଦୂଷଣରୁ ମୁକ୍ତି ଲାଗି ଏବେ ନୂଆ ନୂଆ ବିକଳ୍ପ ଚିନ୍ତା କରାଯାଉଛି। ଏଥିରେ ଖଦି ଓ ଗ୍ରମୋଦ୍ୟୋଗ ଆୟୋଗ ବାଉଁଶରେ ନିର୍ମିତ ବୋତଲ ପ୍ରସ୍ତୁତ କରିଛନ୍ତି। ଯାହା ପରିବେଶ ଉପଯୋଗୀ ହେବା ସହ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ହେବ। କେନ୍ଦ୍ର ଏମଏସଏମଇ ମନ୍ତ୍ରାଳୟ ଅନ୍ତର୍ଗତ ଆୟୋଗ ଅକ୍ଟୋବର ୧ ତାରିଖରୁ ସାରା ଦେଶରେ ଏବି ବୋତଲ ବିପଣନ କରିବାକୁ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଏହାର ଶୁଭ ଉଦଘାଟନ କରିବେ।

{"id":164298}

ଦେଶରେ ଅକ୍ଟୋବର ୧ ତାରିଖ ଗାନ୍ଧି ଜୟନ୍ତୀରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ନିଷିଦ୍ଧ ହେବ। ଏଣୁ ଏଥିଲାଗି ଏବେ ବିକଳ୍ପ ଅନୁସନ୍ଧାନ ଚାଲିଛି। ଖଦି ଓ ଗ୍ରାମୋଦ୍ୟଗ ଆୟୋଗଙ୍କ ପ୍ରସ୍ତୁତ ବାଉଁଶ ତିଆରି ବୋତଲ ପ୍ରାଥମିକ ପର୍ଯ୍ୟାୟରେ ଦେଶର ସବୁ ଖଦି ଷ୍ଟୋରମାନଙ୍କରେ ମିଳିବ। ୭୫୦ ମିଲି କ୍ଷମତାର ଏହି ବୋତଲ ପିଛା ମୂଲ୍ୟ ଆନୁମାନିକ ୩ଶହ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଛଡା ଦେଶର ରେଳ ଷ୍ଟେସନମାନଙ୍କରେ ଡିସ୍ପୋଜେବଲ ଗ୍ଲାସ ବଦଳେ ଏଣିକି ମାଟିର ପାତ୍ରରେ ଚା ବିକ୍ରି ହେବ। ଏଥିଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଥିବା ବେଳେ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଗଲାଣି।

{"id":164300}

ଅକ୍ଟୋବର ପହିଲାରେ କେନ୍ଦ୍ରମନ୍ତ୍ରୀ ଗଡକାରୀ ବାଉଁଶ ପାଣି ବୋତଲ ସହ ଘଣା ସୋରିଶ ତେଲ ବିକ୍ରି ମଧ୍ୟ ଉଦଘାଟନ କରିବେ ବୋଲି ଖଦି ଓ ଗ୍ରାମୋଦ୍ୟଗ କମିଶନର ବି.କେ.ସକ୍ସେନା କହିଛନ୍ତି। ଦେଶରେ ବାଉଁଶ ତିଆରି ବୋତଲ ବିକ୍ରି ଆରମ୍ଭ ହେବା ପରେ ରୋଜଗାରର ବିପୂଳ ସ୍ରୋତ ସୃଷ୍ଟି ହେବ ବୋଲି ସକ୍ସେନା କହିଛନ୍ତି। ଭାରତ ବାଉଁଶ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ। ତେବେ ଏହା ୫ ପ୍ରତିଶତ ବି କାମରେ ଆସୁ ନାହିଁ। ହେଲେ ଏଥର ବାଉଁଶରୁ ଲୋକେ ପୁଣି ରୋଜଗାରର ମାଧ୍ୟମ ପାଇପାରିବେ ବୋଲି କମିଶନର ଆଶାପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.