ପୁଲଓ୍ୱାମା ଆକ୍ରମଣକୁ ପୁରିଲା ୨ ବର୍ଷ, ସହିଦ ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ରଶ୍ମୀରଞ୍ଜନ

Published By : Prameya-News7 Bureau | February 14, 2021 IST

ତିଗିରିଆ,୧୪/୦୨: ପୁଲୱାମାରେ ଗତ ୨ ବର୍ଷ ତଳେ  ଫେବୃଆରୀ ୧୪ ତାରିଖ ଦିନ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କୀ ହମଲାରେ ସିଆରପିଏଫର ୪୦ ଯବାନ ସହିଦ ହୋଇତିଲେ ।  ଏହି ଘଟଣାରେ ବୀରପୁତ୍ରଙ୍କ ବଳିଦାନକୁ ଭୁଲିନି ଦେଶ  । ରବିବାର ସାରା ଦେଶ ବୀରପୁତ୍ରଙ୍କ ବଳିଦାନ ମନେ ପକାଉଛି ।

ଏହାମଧ୍ୟରେ କଟକ ଜିଲ୍ଲା ତିଗିରିଆ ବ୍ଲକ୍ ବଡନାଉପୁଟ ପଞ୍ଚାୟତ ବଉଳାଙ୍ଗ ଗାଁର ଇଞ୍ଜିନିୟରିଂ ଛାତ୍ର ରଶ୍ମୀରଞ୍ଜନ ବିଶୋଇ  ନିଜର ବାଲୁକା କଳା ମାଧ୍ୟମରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ,  ୨୦୧୯ ଫେବ୍ରୁଆରୀ ୧୪ ରେ ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ସିଆରପିଏଫ୍ ଯବାନଙ୍କ କାଫିଲା ଚାଲିଥିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହଠାତ୍ ଯବାନଙ୍କ ବସ୍ କୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ । ଆଉ ପିଛୁଳାରେ ସବୁ ଖିନଭିନ୍ ହୋଇଯାଇଥିଲା । ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ୪୦ ଯବାନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣା ପରେ ଶୋକରେ ବୁଡ଼ିଯାଇଥିଲା ସାରା ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.