ବାଲିଯାତ୍ରାରେ ହେବନି ନେଟ୍‌ଓ୍ୱର୍କ ସମସ୍ୟା, ମିଳିବ ଅତ୍ୟାଧୁନିକ ଟେଲିକମ୍‌ ସେବା

Published By : Prameya-News7 Bureau | November 18, 2023 IST

କଟକ ୧୮।୧୧ : ଏଥର ବାଲିଯାତ୍ରାରେ ମିଳିବ ଅତ୍ୟାଧୁନିକ ଟେଲିକମ୍‌ ସେବା । ଯାତ୍ରା ପଡିଆରେ ପ୍ରତ୍ୟେକ କୋଣରେ ୫ଜି ସେବା ଉପଲବ୍ଧ କରାଇବ ଟେଲିକମ୍‌ ବିଭାଗ । ନିରବଛିନ୍ନ ଟେଲି ସେବା ପାଇଁ ଏଥର ବାଲିଯାତ୍ରା ପଡିଆରେ ଲାଗିବ ୩ଟି କାଓ ଟାୱାର । ଆଜି ସୁଦ୍ଧା ୨ଟି ଟାୱାର ଲାଗି ସାରିଲାଣି । ଆଉ ୨ ଦିନ ଭିତରେ ସମସ୍ତ କାମ ଶେଷ କରିବାକୁ ଲକ୍ଷ ରଖିଛି ଟେଲିକମ୍‌ ବିଭାଗ ।

wp:embed {"url":"https://www.prameyanews7.com/historic-cuttack-bali-jatra-to-begin-from-27th-november-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/historic-cuttack-bali-jatra-to-begin-from-27th-november-2023/
/wp:embed

ବାଲିଯାତ୍ରାରେ ଦେଖାଦେବନି ନେଟୱର୍କ ସମସ୍ୟା । ପ୍ରାୟ ୨ ଶହ ଏକର ପରିମିତ ଅଞ୍ଚଳରେ ୫ଜି ସେବା ଉପଲବ୍ଧ କରାଇବ ଟେଲିକମ୍‌ ବିଭାଗ । ସେଥିପାଇଁ ଚଳିତ ବର୍ଷ ବାଲିଯାତ୍ରା ପଡିଆରେ ଲାଗିବ ୩ଟି କାଓ ଟାୱାର । ଯାହାର କାମ ହେଲା , ନିରବଛିନ୍ନ ଭାବେ ଟେଲିଫୋନ୍‌ ଉପଭୋକ୍ତା ମାନଙ୍କୁ ୫ ଜି ସେବା ଯୋଗାଇବା । ଡିସିପି ଅଫିସ ସାମ୍ନାରେ ଗୋଟିଏ ଟାୱାର ପୂର୍ବରୁ ଲାଗିଥିଲା । ଏବେ ଗଡଗଡିଆ ଘାଟ କୂଳରେ ୨ୟ କାଓ ଟାୱାର ଇନ୍‌ଷ୍ଟଲ କରାଯାଉଛି । ଏହି କାମ ଶେଷ ହେବା ପରେ ସିସୋର ପଠା ପାଖରେ ୩ୟ ଟାୱାର ଠିଆ କରିବାର ଲକ୍ଷ ରଖାଯାଇଛି ।

wp:embed {"url":"https://www.prameyanews7.com/baliytara-preparation-start-at-maahanadi-ghat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/baliytara-preparation-start-at-maahanadi-ghat/
/wp:embed

ପ୍ରତ୍ୟେକ ବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା କାରଣରୁ ଟେଲିକମ୍‌ ସେବା ବ୍ୟାହାତ ହୁଏ । ଅନେକ ସମୟରେ ଯାତ୍ରା ପଡିଆରେ ଫୋନ୍‌ ଲାଗିବା ମଧ୍ୟ ମୁସ୍କିଲ ହୋଇପଡେ । କିନ୍ତୁ ଚଳିତ ବର୍ଷ ଯେଉଁ ବ୍ୟବସ୍ଥା କରାଯାଇଛି , ଏହାଦ୍ବାରା କେବଳଯେ , ଫୋନ ଜରିଆରେ ସ୍ପଷ୍ଟ ଭାବେ କଥା ହୋଇହେବ ତା ନୁହେଁ , ବରଂ ୫ ଜି ଇଣ୍ଟରନେଟ ସେବା ବି ପାଇବେ ଟେଲିକମ୍‌ ଗ୍ରାହକ । ଏହାସହିତ ଯାତ୍ରା ପଡିଆର ଯେକୌଣସି ସ୍ଥାନରୁ ମୋବାଇଲ ଫୋନ ଯୋଗେ ଭିଡିଓ କଲ୍‌ କରିବା ମଧ୍ୟ ସମ୍ଭବ ହେବ ବୋଲି ବିଭାଗ ତରଫରୁ କୁହାଯାଇଛି ।

wp:embed {"url":"https://www.prameyanews7.com/allotment-of-plots-for-bali-jatra-has-begun-on-30th-october/","type":"wp-embed","providerNameSlug":"prameya-news-7"}
https://www.prameyanews7.com/allotment-of-plots-for-bali-jatra-has-begun-on-30th-october/
/wp:embed

ସେହିପରି ପ୍ଲଟ ନିଲାମ କାର୍ଯ୍ୟ ଶେଷ ହୋଇଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ,ଏବେବି ୨ ଶହରୁ ଉର୍ଦ୍ଧ ପ୍ଲଟ ଆବଣ୍ଟିତ ହୋଇପାରିନାହିଁ । ଯେଉଁଥିଲାଗି ସମସ୍ତ ସେକ୍ଟରକୁ ବିଦ୍ୟୁତ ସଂଯୋଗ କରିବାରେ ସମସ୍ୟା ଉପୁଜିଛି । ହେଲେ ବାଲିଯାତ୍ରା ପଡିଆକୁ ୧୧ କେଭି ଲାଇନ୍ ଟଣା ସରିଛି । ପୁରୁଣା ପଡିଆରେ ଏଲଟି ଲାଇନ୍‌ କାମ ଏକ ପ୍ରକାର ଶେଷ ହୋଇଥିବା ବେଳେ, ନୂଆ ପଡିଆରେ ଏବେ ମଧ୍ୟ କାମ ଜାରି ରହିଛି । ପ୍ରାୟ ଦେଢଶହ ଏକର ଜାଗାକୁ ସମ୍ପୁର୍ଣ୍ଣ ଆଲୋକିକରଣ କରିବା ଲାଗି ଦୈନିକ ୧୨୦ କୁଷଳୀ କାରିଗର କାମ କରୁଛନ୍ତି । କାମ ସମ୍ପୁର୍ଣ୍ଣ ହେବା ଲାଗି ଆଉ ଅତି ବେଶିରେ ୩ ଦିନ ସମୟ ଲାଗିବ । ତା ଭିତରେ ବଡ ବଡ ଷ୍ଟଲ ଗୁଡିକୁ ବିଦ୍ୟୁତ କନେକ୍ସନ ଦିଆଯିବ । ତା ସମ୍ପର୍ଣ୍ଣ ହେଲା ପରେ ଛୋଟ ଛୋଟ ଷ୍ଟଲ ଗୁଡିକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି ।

wp:embed {"url":"https://www.prameyanews7.com/tunnel-fish-aquarium-to-be-seen-in-bali-yatra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tunnel-fish-aquarium-to-be-seen-in-bali-yatra/
/wp:embed

ବାଲିଯାତ୍ରା ସାଂସ୍କୃତିକ ସଂଧ୍ୟା ପାଇଁ ଉଦ୍ଧିଷ୍ଟ ୨ ଟି ପେଣ୍ଡାଲର ନିର୍ମାଣ କାମ ଏହା ଭିତରେ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ୩ ଟି ସଂଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ  ବଲିଉଡ୍‌ ଷ୍ଟାର ମାନଙ୍କୁ ନେଇ ଆୟୋଜନ କରାଯିବ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି ।

wp:embed {"url":"https://www.prameyanews7.com/team-india-record-at-ahmedabad-stadium/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-record-at-ahmedabad-stadium/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.