ବାଲିଯାତ୍ରା ୨୦୨୩ : ସମୀକ୍ଷା କଲେ ଆର୍ଡିସି, ଜିଲ୍ଲାପାଳ ଓ ସିଡିଏ ଅଧ୍ୟକ୍ଷା
12/11/2023 at 1:35 PM

କଟକ ୧୨।୧୧ : କଟକ ବାଲିଯାତ୍ରା ୨୦୨୩ । ଏହାର ସମୀକ୍ଷା କରିଛନ୍ତି ଆର୍ଡିସି, ଜିଲ୍ଲାପାଳ ଓ ସିଡିଏ ଅଧ୍ୟକ୍ଷା । ବାଲିଯାତ୍ରା ପଡିଆକୁ ଯାଇ ଉଚ୍ଚ ପଦସ୍ଥ ଅଧିକାରୀ ଓ କଟକ ଡିସିପି ପ୍ରସ୍ତୁତି ଅନୁଧ୍ୟାନ କରିଵା ସହ ବାଲିଯାତ୍ରା ପଡିଆକୁ ପ୍ରବେଶ ଓ ପ୍ରସ୍ଥାନ ପଥ କିଭଳି ହେବ ସେ ନେଇ ଆଲୋଚନା କରିଛନ୍ତି।
ସେହିପରି ଅଧିକ ପାର୍କିଂ ସ୍ଥାନ ପାଇଁ ମଧ୍ୟ ଏହି ସମୀକ୍ଷା ସମୟରେ ଆଲୋଚନା ହୋଇଛି। ଚଳିତ ବର୍ଷ ଓରମାସ୍ ର କଳେବର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନିର୍ମାଣ କାମର ସମୀକ୍ଷା କରିଛନ୍ତି ଆରଡିସି ଓ ଓରମାସ୍ ଅତିରିକ୍ତ ସିଇଓ। ବାଲିଯାତ୍ରା ସମୟରେ ପଡ଼ିଆରେ ଆବଶ୍ୟକ ପରିମାଣର ପିଇଵା ପାଣି ଯୋଗାଇ ଦେବା ପାଇଁ ଓ୍ବାଟକୋ ପକ୍ଷରୁ କରାଯାଉଥିବା କାମର ମଧ୍ୟ ସମୀକ୍ଷା କରାଯାଇଛି।
ସୂଚନାଯୋଗ୍ୟ ଯେ, ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବ । ତେବେ ଚଳିତବର୍ଷ ୮ ଦିନ ଧରି ବାଲିଯାତ୍ରା ହେବା ନେଇ ସୂଚନା ରହିଛି । ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ ଓ ସୁରକ୍ଷିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।