ନାତୁଣୀ ପାଇଁ କିଣିଥିଲେ ଥଣ୍ଡା ପାନୀୟ, ପିଇବା ବେଳକୁ ବାହାରିଲା ପୋକ

Published By : Prameya-News7 Bureau | August 02, 2022 IST

ବାଲିପାଟଣା ୦୨।୦୮: ଥଣ୍ଡା ପାନୀୟ ପ୍ୟାକରେ ପୋକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ  ମିଳିଛି ।

ଖବର ଅନୁଯାୟୀ, ସୋମବାର ସଂଧ୍ୟାରେ ନରଦାର ମୀର ଏନାଥ ଅଲ୍ଲୀ ନିଜ ନାତୁଣୀ ପାଇଁ ଏକ କାଗଜ ପ୍ୟାକ୍ (frooti) କିଣି ଫ୍ରିଜରେ ରଖିଥିଲେ । ଆଜି ତାଙ୍କ ନାତୁଣୀକୁ ଥଣ୍ଡା ପିଇବାକୁ ଦେଇଥିଲେ । ଝିଅଟି ଥଣ୍ଡା ପିଇବା ବେଳେ ଏକ ପୋକ ପାଇପ୍ ରେ ଆସି ପାଟିରେ ଲାଗିଥିଲା । ଥଣ୍ଡାରେ ଏଭଳି ପୋକ  ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି | ପ୍ରତ୍ୟେକ ଦିନ ଏହିଭଳି ଥଣ୍ଡାକୁ ଛୋଟ ଛୋଟ ପିଲା ମାନେ ଆଗ୍ରହର ସହିତ । ତେବେ ଏହି ଥଣ୍ଡା କେତେ ସୁରକ୍ଷିତ ? କିଭଳି ପରିସ୍ଥିତିରେ ଏଭଳି ଥଣ୍ଡା ପ୍ରସ୍ତୁତ ହେଉଛି ? ଜନସ୍ୱାସ୍ଥ୍ୟ ଅଧିକାରୀ କାହିଁକି ଉଚିତ୍ ପଦକ୍ଷେପ ନେଉନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.