ସୀମା ଟପିଲା ବର୍ବରତା, ରାସ୍ତା ଉପରେ ବୃଦ୍ଧଙ୍କୁ ମାଡ଼ ମାରିଲେ ସଂପର୍କୀୟ
28/05/2023 at 2:56 PM

ବାଲିପାଟଣା ୨୮।୦୫: ସୀମା ଟପିଲା ବର୍ବରତା । ରାସ୍ତା ଉପରେ ବୃଦ୍ଧଙ୍କୁ ମାଡ ମାରିଲେ ୪ ଜଣ ବ୍ୟକ୍ତି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ବଜାରରେ ଏଭଳି ବର୍ବରତା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଜାଗା ବାଡି ବିବାଦକୁ ନେଇ ବୃଦ୍ଧ କରୁଣାକର ବେହେରାଙ୍କୁ ତାଙ୍କ ପୁତୁରା ଏବଂ ଭାଇ ବିଚ୍ ରାସ୍ତାରେ ମାଡ ମାରିଛନ୍ତି । ବିଧା ଗୋଇଠା, ଚାପୁଡା ମାରି ଚାଲିଛନ୍ତି ୪ ଜଣ । କରୁଣାକର ରାସ୍ତାରେ ପଡିଗଲା ପରେ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ ପୁତୁରା । ଏପରି କି ବୃଦ୍ଧଙ୍କୁ ରାସ୍ତା ଉପରେ ଟେକି କଚାଡି ଦେଉଛନ୍ତି ଆକ୍ରମଣକାରୀ ।
ସେପଟେ ବିଚ୍ ରାସ୍ତାରେ ଏଭଳି ଘଟଣା ପରେ କରୁଣାକର ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ୨ ଜଣ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍।
You Can Read :