ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ, ମନା କରିବାରୁ ନିସ୍ତୁକ ମାଡ ମାରିଲେ ୨ ଭାଇ

Published By : Prameya-News7 Bureau | July 04, 2022 IST

ବାଲିପାଟଣା ୦୪।୦୭ : ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ । ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ସାର୍ ମନା କରିବାରୁ ନିସ୍ତୁକ ପିଟିଲେ ଯୁବକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଛକରେ ଏହି ଘଟଣା ଘଟିଛି ।  

ଖବର ଅନୁଯାୟୀ,  ବାଲିପାଟଣା ଛକରେ ରମେଶ ଚନ୍ଦ୍ର ଓତାଙ୍କର ଏକ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସ୍କୁଲ୍ ରହିଛି । ରବିବାର ସଂଧ୍ୟାରେ ୨ ଜଣ ଯୁବକ (୨ଭାଇ) ଡ୍ରାଇଭିଙ୍ଗ ଲାଇସେନ୍ସ ରିନିୱାଲ୍ ପାଇଁ ଆସିଥିଲେ । ରମେଶ ରିନିୱାଲ୍ ପାଇଁ ମନା କରିବାରୁ ୨ ଭାଇ ରାଗିଯାଇ ରମେଶଙ୍କୁ ଗାଳି ଗୁଲଜ କରିଥିଲେ । ଏହା ସହ ରମେଶଙ୍କୁ ନିସ୍ତୁକ ପିଟିଥିଲେ ।  ଯୁବକଙ୍କ ଆକ୍ରମଣର ରମେଶ ଆହତ ହୋଇଥିଲେ । ଖବର ପାଇ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଆକ୍ରମଣକାରୀ ୨ ଭାଇଙ୍କୁ ଥାନାକୁ ନେଇଛି । ଏହାସହ ଆକ୍ରମଣକାରୀ ଙ୍କ ବାଇକ୍ ମଧ୍ୟ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.