ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ

8/07/2022 at 3:09 PM

ବାଲିପାଟଣା, ୦୮/୦୭: ବାଲିପାଟଣା ଥାନା ବୋଧଖଣ୍ଡି ଗ୍ରାମରେ ଯୁବକଙ୍କୁ ନୃସଂସ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ରାଜା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ । ଅଭିଯୁକ୍ତ ତା ଦୋଷ ମଧ୍ୟ ସ୍ୱୀକାର କରିଛି । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହ ରାଜା ସହ ତାର ୨ ଜଣ ସହଯୋଗୀ ମିଶି ଆଶିଷ ଓଝାଙ୍କୁ ହତ୍ୟା କରିଛନ୍ତି ।

ଆଶିଷର ଭଉଣୀକୁ ରାଜା ଏକତରଫା ପ୍ରେମ କରୁଥିଲା । ଭଉଣୀର ବିବାହ ସ୍ଥିର ପରେ ଆଶିଷକୁ ହତ୍ୟା କରିବାକୁ ରାଜା ଯୋଜନା କରିଥିଲା । ବିବାହର ଦିନକ ପୂର୍ବରୁ ଯୋଜନାବଦ୍ଧ ଭାବେ ଆଶିଷକୁ ହତ୍ୟା କରିଥିଲା ରାଜା । ଏବେ ବି ଜଣେ ଅଭିଯୁକ୍ତ ଫେରାର୍ ଅଛି । ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍‌ ଚଢାଉ କରିଥିବା ଜଣାପଡ଼ିଛି ।

   Related Posts