ବାଲିପାଟଣାରେ ବାଣ ବିସ୍ଫୋରଣ ଘଟଣା ; ୩ଦିନ ହେଲା ଉଦ୍ଧାର କାର୍ଯ୍ୟ ଜାରି, ମୃତ ଜ୍ଞାନରଂଜନ ମିଶ୍ରଙ୍କର ପତ୍ତା ମିଳୁନି

Published By : Prameya-News7 Bureau | November 03, 2018 IST

ବାଲିପାଟଣା ୩|୧୧:   ଭୁବନେଶ୍ଵର ଉପକଣ୍ଠ ବନମାଳୀପୁର ନୂଆ ସାହିରେ ଭୟଙ୍କର ବାଣ ବିସ୍ପୋରଣ ଘଟଣାର ତିନି ଦିନ ପରେ ମଧ୍ୟ ଜ୍ଞାନ ରଂଜନ ମିଶ୍ରଙ୍କର ପତ୍ତା ମିଳୁନି। ଭୟଙ୍କର ବିସ୍ପୋରଣରେ ଜ୍ଞାନ ରଂଜନ ମିଶ୍ରଙ୍କ ସ୍ତ୍ରୀ ଝୁନୁ ମିଶ୍ରଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । କିନ୍ତୁ ଦୁଇ ଦିନର ଉଦ୍ଧାର କାର୍ଯ୍ୟ ପରେ ବିସ୍ଫୋରଣ ସ୍ଥଳରୁ ଜ୍ଞାନ ରଂଜନଙ୍କର ପତ୍ତା ମିଳିନି । ଘଟଣାସ୍ଥଳରେ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛି । ହେଲେ ଜ୍ଞାନ ରଂଜନଙ୍କର କୌଣସି ପତ୍ତା ମିଳୁନାହିଁ । ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି ନା ଘଟଣା ପରେ ଜ୍ଞାନ ରଂଜନ ଫେରାର୍ ହୋଇଯାଇଛନ୍ତି , ସେନେଇ ପୋଲିସ୍ ସନ୍ଦେହ ପ୍ରକାଶ କରିଛି । ସେପଟେ ବିସ୍ଫୋରଣରେ ଜ୍ଞାନ ରଂଜନଙ୍କର ଛାତ ଘର ଉଡିଯାଇଥିବା ବେଳେ ଭଙ୍ଗା ଘରୁ ୧୨ ବସ୍ତା ବାଣ ଏବଂ ବିପୁଳ ପରିମାଣର ବିସ୍ଫୋରକ ଜବତକରିଛି ପୋଲିସ । ଏହା ସହ ଜ୍ଞାନରଂଜନଙ୍କ ଭାଇଙ୍କ ଘରୁ ମଧ୍ୟ ବାଣ, ବିସ୍ଫୋରକ ଜବତ ହୋଇଛି । ବେଆଇନ ବାଣ କାରବାର ଉପରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି ବୋଲି କହିଛନ୍ତି ତିସିପି ଅନୁପ ସାହୁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.