Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଭୁବନେଶ୍ୱର ଉପକଣ୍ଠରେ ଗୋଷ୍ଠୀ ସଂଘର୍ଷ, ଘରେ ପଶି ଆକ୍ରମଣ

12/03/2023 at 12:22 PM

ଭୁବନେଶ୍ୱର ୧୨।୦୩ : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ବେନୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ସ୍ଥାନୀୟ ସରପଞ୍ଚଙ୍କ ସହ ୨୦ରୁ ଅଧିକ ଲୋକେ ରାକେଶଙ୍କ ଘରେ ପଶି ତୁମୁଳ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ,  ପୂର୍ବ ଶତ୍ରୁତାକୁ ନେଇ ଗତ ହୋଲିରେ ମୋହନ ପାତ୍ର ନାମକ ସ୍ଥାନୀୟ ବାସିନ୍ଦାଙ୍କୁ ହିତେଶ ଓ ତାଙ୍କ ଭାଇ ରାକେଶ ଆକ୍ରମଣ କରିଥିଲେ। ଏନେଇ ଏତଲା ପରେ ବାଲିଅନ୍ତା ପୋଲିସ ଉଭୟଙ୍କୁ ଗିରଫ କରିଥିଲ। ପରେ ବେଣୁପୁର ସରପଞ୍ଚ କିଛି ଲୋକଙ୍କ ସହ ରାକେଶ ଓ ହିତେଶଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି, ଆଇନକୁ ହାତକୁ ନେଇଛନ୍ତି। ଏପରିକି ଘରେ ଥିବା ମହିଳା ଓ ଶିଶୁ ମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଏତଲା ରଖିନଥିବା ଅଭିଯୋଗ ହୋଇଛି।

ସେପଟେ ଘଟଣା ସମ୍ପର୍କରେ ରାକେଶଙ୍କ ମା ଭୁବନେଶ୍ବର ଡିସିପିଙ୍କୁ ଅଭିଯୋଗ କରିବା ପରେ ପୋଲିସ ଏତଲା ରଖିଛି ସତ ହେଲେ ନା ଏତଲା କପି ଦେଉଛି ନା କୌଣସି ଆକ୍ସନ ନେଇଛି। ରାକେଶଙ୍କ ମାଆ ଓ ଭଉଣୀ ପୋଲିସ କମିଶନରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ନ୍ୟାୟ ନମିଳିଲେ କମିଶନରେଟ ଅଫିସ ଆଗରେ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।

   Related Posts