ବିବାହର ୧୦ ବର୍ଷ ପରେ ମା’ ହେବେ ‘ବାଲିକା ବଧୁ’ ଫେମ୍‌ ନେହା, ଫ୍ୟାନ୍ସଙ୍କୁ ଦେଲେ ଗୁଡନ୍ୟୁଜ୍‌

Published By : Prameya-News7 Bureau | November 24, 2022 IST

ମୁମ୍ଵାଇ ୨୪।୧୧: ଅଭିନୟ ଦୁନିଆରେ ଏବେ ଲଗାତାର ଖୁସି ଖବର ଶୁଣିବାକୁ ମିଳୁଛି। ଏବେ ପୁଣି ଏକ ଗୁଡନ୍ୟୁଜ୍‌ ସାମ୍ନାକୁ ଆସିଛି। 'ବାଲିକା ବଧୁ' ଏବଂ ଦେବୋ କା ଦେବ ମହାଦେବଙ୍କ ଭଳି ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ ନେହା ମର୍ଦା ମାଆ ହେବାକୁ ଯାଉଛନ୍ତି। ଏନେଇ ଏକ ପୋଷ୍ଟକୁ ସେୟାର କରି ଅଭିନେତ୍ରୀ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ନେହା ସ୍ୱାମୀ ଆୟୁଷ୍ମାନ ଅଗ୍ରୱାଲଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନାଲି ରଙ୍ଗର ପୋଷାକରେ ନିଜର ବେବି ବମ୍ପ ଦେଖୁଥିବା ଦେଖିବାକୁ ମିଳିଛି।

Neha Marda Announces First Pregnancy With Husband, Actress Flaunts Her Baby  Bump In A Bold Outfit

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅଭିନେତ୍ରୀ ନେହା କହିଛନ୍ତି- ଶ୍ରୀ ଶିବାୟ ନମସ୍ତୁତେ.. ଶେଷରେ ଭଗବାନ ମୋତେ ଦେଇଛନ୍ତି.. ୨୦୨୩ ସୁଦ୍ଧା ପିଲାଙ୍କୁ ସ୍ୱାଗତ କରିବୁ । ତାଙ୍କର ଏହି ଫଟୋ ଦେଖିବା ପରେ ସେଲିବ୍ରେଟ୍ ଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଉଛନ୍ତି । ନେହାଙ୍କ ଏହି ଖୁସିରେ ଶ୍ରେନୁ ପାରିଖ କମେଣ୍ଟ କରିଛନ୍ତି "ତୁମେ ଦୁହିଁଙ୍କ ପାଇଁ ବହୁତ ଖୁସି" । ସେହିଭଳି ଅଭିନେତ୍ରୀ ମୀରା ଲେଖିଛନ୍ତି କି 'ହେ ଭଗବାନ ... ମୋର ପ୍ରେମକୁ ଅଭିନନ୍ଦନ'।

{"width":773,"height":435}
नेहा मर्दा, आयुष्मान अग्रवाल

ଅନ୍ୟ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ମଧ୍ୟ ସେହିଭଳି ଦମ୍ପତିଙ୍କୁ ଆଗାମୀ ସୁଖ ପାଇଁ କାମନା କରୁଥିବା ଦେଖିବାକୁ ମିଳୁଛି। ନେହା ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ସେ ପାଟନାର ଜଣେ ବ୍ୟବସାୟୀ ଆୟୁଷମାନ ଅଗ୍ରୱାଲଙ୍କ ସହ ୧୦ ଫେବୃଆରୀ ୨୦୧୨ ରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ବିବାହର ଦଶ ବର୍ଷ ପରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.