ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ହେଲେ ଆଦର୍ଶ ବିଦ୍ୟାଳୟ ଛାତ୍ରୀ; ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ଶୁଅ

Published By : Prameya-News7 Bureau | September 19, 2022 IST

ବାଲିଗୁଡ଼ା ୧୯/୦୯: କନ୍ଧମାଳର ସବୁଠାରୁ ପୁରୁଣା ସଂସ୍କୃତିକ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ହୋଇଥିବା ରାଜ୍ୟ ସ୍ଥରୀୟ ନୃତ୍ୟ ପ୍ରତିଯୋଗିତାରେ  ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।  ବାଲିଗୁଡ଼ା ଦଣ୍ଡପଦରରେ ଥିବା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ଅନ୍ଵେଷା ଚୌଧୁରୀ, ଏମ ଜ୍ଞାନୀ ଅନ୍ମେଷ, ସୋମନା ସୋନାକ୍ଷୀ ପଣ୍ଡା, ଅବନ୍ତିକା ପଣ୍ଡା,  ସୁରଞ୍ଜନl ବାରିକ ଏହି ଏହି ସଫଳତା ପାଇଛନ୍ତି। ସେମାନେ ନୃତ୍ୟଗୁରୁ କେଦାର ନାୟକଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିଖୁଥିଲେ।

ତାଙ୍କର ଏହି ସଫଳତା ପାଇଁ  ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସହିତ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି l ବ୍ଲକ ଏବଂ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ ଦଣ୍ଡସେନା ଏବଂ ଅକ୍ଷୟ କର୍ଣ୍ଣ ଅନୁଷ୍ଠାନର ନୃତ୍ୟଗୁରୁ ଏବଂ କୃତି କରିଥିବା ନର୍ତ୍ତକୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିl ଜିଲ୍ଲାର ଅନେକ କଳା ଅନୁଷ୍ଠାନ ସାମାଜିକ ଅନୁଷ୍ଠାନ ଅଭିଭାବକମାନେ ପାହାଡ଼ି ତରଙ୍ଗ ଅନୁଷ୍ଠାନ ଯୋଗୁଁ ପ୍ରତିଭା ସୃଷ୍ଟି ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣୁଛନ୍ତି ବୋଲି କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.