ବାଲେଶ୍ୱର ସହରରେ ଆତଙ୍କ, ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଆହତ

Published By : Prameya-News7 Bureau | December 03, 2022 IST

ବାଲେଶ୍ୱର ୦୩।୧୨ : ବାଲେଶ୍ଵର ସହର ସୁନହାଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳ କୁକୁର ଆତଙ୍କ । କୁକୁର କାମୁଡ଼ାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ଵର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ଏକ ପାଗଳ କୁକୁର ଏକ ଶିଶୁକୁ ଆକ୍ରମଣ କରିଥିଲା । ଏହାପରେ ଶନିବାର ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ମଧ୍ୟ ଆକ୍ରମଣ କରିଥିଲା । ଏପିରିକି ସ୍ଥାନୀୟ ଅଞ୍ଚଳର ପାଖାପାଖି ୨୨ ଲୋକଙ୍କୁ ଆକ୍ରମଣ କରିଛି । ଫଳରେ ଲୋକମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେପଟେ ଲୋକଙ୍କୁ ଆକ୍ରମଣ କରିଥିବା କୁକୁରକୁ ପିଟି ପିଟି ମାରି ଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.