ଅଲୋଡ଼ା ହେଲା ପୁଣି ଶିଶୁ କନ୍ୟା, ନିଜ ଆଡୁ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି
7/03/2023 at 9:01 AM

ବାଲେଶ୍ୱର ୦୭।୦୩ : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। । ୬ ଦିନର ଶିଶୁ କନ୍ୟାର ମୃତଦେହ ବାଲେଶ୍ବର ପୋଲିସ ଠାବ କରିଛି। ଆଶ୍ଚର୍ଯ୍ୟର କଥା ହେଲା । ମୃତ ଶିଶୁ କନ୍ୟାର ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିନାହାନ୍ତି। । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ସିଆରୁହୀ ଗାଁରେ ଏଭଳି ଘଟଣା ଘଟିଛି ।
ଖବର ଅନୁଯାୟୀ, ସେହି ଗାଁର ବଳରାମ ପାତ୍ରଙ୍କର ୬ ଦିନପୂର୍ବରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। । ଗତ ରବିବାର ରାତିରେ ସେହି ଗାଁର ଏକ ବିବାହ ଭୋଜି ଖାଇବାକୁ ପରିବାର ଲୋକ ଯାଇଥିଲେ। ଘରେ ଥିଲେ ବଳରାମଙ୍କ ପତ୍ନୀ ବନ୍ଦନା। । ସାଥିରେ ଥିଲା ତାଙ୍କର ନବଜାତ ଶିଶୁ କନ୍ୟା। ବିବାହ ଭୋଜିରୁ ଫେରି ପରିବାର ଲୋକେ ନବଜାତ ଶିଶୁ କନ୍ୟାକୁ ପାଇନଥିଲେ। ସୋମବାର ସେହି ଗାଁର ଗଣପତି ଜେନାଙ୍କର ବାଡ଼ିବୁଦା ମଧ୍ୟରେ ଏକ ଛୋଟ ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଶିଶୁର ମୃତଦେହ ଜବତ କରି ଜଳେଶ୍ୱର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ନବଜାତ ଶିଶୁର ବାପା, ମା’ ସମେତ ୫ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି।