ତାତିରୁ ନିସ୍ତାର ନାହିଁ, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ବାଲେଶ୍ବର ତାପମାତ୍ରା

Published By : Prameya-News7 Bureau | April 24, 2024 IST

ଭୁବନେଶ୍ବର ୨୪।୪: ତାତିରୁ ନିସ୍ତାର ନାହିଁ । ଆଜି ବି ଜାରି ରହିଛି ତାତି । ସକାଳୁ ସକାଳୁ କଲବଲ କଲାଣି ତାତି । ଦିନ ସାଢେ ୧୧ଟା ସୁଦ୍ଧା ଅସହ୍ୟ ହେଲାଣି ତାତି । ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୪୧, ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡାରେ ୩୯.୨, କେନ୍ଦୁଝରରେ ୩୭.୬, ରାଉରକେଲାରେ ୩୭.୬, ସମ୍ବଲପୁରରେ ୩୬.୭, ହୀରାକୁଦ ୩୬, ପୁରୀରେ ୩୫.୨, ଗୋପାଳପୁରରେ ୩୫.୨, ପାରାଦୀପରେ ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ପୂର୍ବରୁ ସକାଳ ସାଢେ ୮ ସୁଦ୍ଧା ତାଳଚେରରେ ୩୬, ଅନୁଗୁଳରେ ୩୫, ବାଲେଶ୍ୱରରେ ୩୫, ଭୁବନେଶ୍ୱରରେ ୩୪.୨, ଜଗତସିଂହପୁରରେ ୩୪, ଚାନ୍ଦବାଲିରେ ୩୩.୮, ଭଦ୍ରକରେ ୩୩.୭, ଭବାନୀପାଟଣାରେ ୩୩.୫, ଝାରସୁଗୁଡାରେ ୩୩.୩, ବୌଦ୍ଧରେ ୩୩, ବାରିପଦାରେ ୩୩, କଟକରେ ୩୨.୬, ରାଉରକେଲାରେ ୩୨.୨, ନୟାଗଡରେ ୩୨, କେନ୍ଦ୍ରାପଡ଼ାରେ ୩୨ ଡିଗ୍ରୀ ରେକର୍ଡ ହୋଇଛି ।

You Can Read :

ତାତିରୁ ନାହିଁ ନିସ୍ତାର, ସାଢେ ୮ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.