ସମସ୍ୟା ଘେରରେ ନୀଳଗିରି ଡାକ୍ତରଖାନା: ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଲେ ଜିଲ୍ଲାପାଳ

Published By : Prameya-News7 Bureau | January 12, 2023 IST

ନୀଳଗିରି ୧୨/୦୧: ବାଲେଶ୍ୱର ଜିଲ୍ଲାରେ ଥିବା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ। ସେ ଡାକ୍ତରଖାନାର ବିଭିନ୍ନ ସ୍ଥାନରେ ବୁଲି ସେଠାରେ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ସହିତ ନୀଳଗିରି ଉପଜିଲ୍ଲାପାଳ, ତହସିଲ୍‌ଦାର୍, ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ) ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ପୁର୍ତ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

ପରିଦର୍ଶନ ସମୟରେ ଜିଲ୍ଲପାଳ ଡାକ୍ତରଖାନାରେ ପରିସରରେ ପରିଷ୍କାର ପରିଛନ୍ନତା ସହିତ, ବିଭିନ୍ନ ୱାର୍ଡ, ଅସ୍ତ୍ରୋପଚାର କକ୍ଷ (ଓଟି), ପରୀକ୍ଷାଗାରରେ ବିଭିନ୍ନ ସୁବିଧାର ଅନୁଧ୍ୟାନ କରିଛନ୍ତି। ଏହା ସହିତ ସେଠାରେ ହୋଇଥିବା ନୂଆ ଓପିଡି  ଗୃହରେ ବୁଲି ରୋଗୀମାନଙ୍କ ପାଇଁ ଏକ ରାମ୍ପର ଆବଶ୍ୟକତା ରହିଛି ବୋସି ସେ କହିଛନ୍ତି। ଖୁବଶୀଘ୍ର ରାମ୍ପ ଓ ଲିଫ୍ଟ ବ୍ୟବସ୍ଥା ହେବ ବୋଲି ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି।

ସୂଚନାଥାଉକି, ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଏବେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରାୟ ସମୟରେ ସେଠାକୁ ଆସୁଥିବା ରୋଗୀମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ବାହାରୁ ଏହି ଡାକ୍ତରଖାନା ପୁରା ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଭିତରେ ଆବଶ୍ୟକିୟ ଚିକିତ୍ସା ମିଳିପାରୁନଥିବା ଅଭିଯୋଗ ହୋଇଛି। ସେଠାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ନାହାନ୍ତି। ଏହି ଡାକ୍ତରଖାନାରେ ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.