Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଦୁର୍ଘଟଣାଗ୍ରସ୍ତ ବାପ ଝିଅଙ୍କ ଦେବଦୂତ ସାଜିଲେ ବାଲେଶ୍ବର ଏସପି

14/10/2019 at 3:06 PM

ବାଲେଶ୍ବର ୧୪/୧୦: ମାନବିକତାର ହାତ ବଢାଇଲେ ବାଲେଶ୍ବର ଏସ ପି ବି ଯୁଗଳ କିଶୋର। କର୍ତ୍ତବ୍ୟକୁ ପଛରେ ପକାଇ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସାହାଯ୍ୟର ହାତ ବଢାଇଲେ।ଦୁର୍ଘଟଣାରେ ବାପ ଝିଅ ଗୁରୁତର ଅବସ୍ଥାରେ ରାଜ ପଥରେ କଷ୍ଟରେ ଛଟପଟ ହେଉଥିବାବେଳେ ବାଲେଶ୍ବର ଏସ.ପି ଦେବଦୂତ ସାଜି ନିଜ ଗାଡିରେ ଡାକ୍ତରଖାନାକୁ ଆଣି ଜୀବନ ବଞ୍ଚାଇଥିବା ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ସୂଚନା ଅନୁଶାରେ ବାଲେଶ୍ବର ଜିଲା ସୋର ଥାନା ତୁଡିଗଡିଆ ଅଚ୍ୟୁତିପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ଓ ତାଙ୍କ ଝିଅଙ୍କୁ କଲେଜରେ ଆଡମିଶନ କରିବାପାଇଁ ନେଇଯାଉଥିବାବେଳେ ଜାତୀୟ ରାଜପଥ ବେଗୁନିଆଠାରେ ଏକ ଅଜଣା ଗାଡି ଦୁର୍ଘଟଣାରେ ଉଭୟ ବାପ ଝିଅ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ବାଲେଶ୍ବର ଏସପି ବି. ଜୁଗଳ କିଶୋର ସେହି ବାଟ ଦେଇ ଔପଦାରେ ଏକ ଜଣ ଶୁଣାଣୀ ଶିବିରରେ ଯୋଗଦେବାକୁ ଯାଉଥିବାବେଳେ ବାପ ଝିଅଙ୍କୁ ଆହତ ଅବସ୍ଥାରେ ଦେଖି ଥିଲେ । ସଙ୍ଗେ ସଙ୍ଗେ ଏସପି ସୋର ଡାକ୍ତରଖାନାକୁ ନେଇ ଆସି ଚିକିତ୍ସା କରାଇଥିଲେ। ଯାହା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts