ବାଲେଶ୍ୱର ଜିଲ୍ଲା ସୋର ମୁନସିପାଲଟିରେ ଗୋଷ୍ଠୀ ସଂଘର୍ଷ
25/05/2018 at 5:41 AM

ବାଲେଶ୍ୱର ଜିଲ୍ଲା ସୋର ମୁନସିପାଲଟିରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣେ ଆହତ ହୋଇଥିବା ବେଳେ ସହରରେ ଉତ୍ତେଜନା ଲାଗି ରହିଛି । ଆଇନ ଶୃଙ୍ଖଳା ଆଶଙ୍କାରେ ଏସପିଙ୍କ ନେତୃତ୍ବରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଏକ କାରଣକୁ ନେଇ ଜଣେ ବ୍ୟକ୍ତିଙ୍କ ଅନ୍ୟ ଗୋଷ୍ଠୀର ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ । ଯାହାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଖବରପାଇ ଜିଲା ଏସପି ବି ଯୁଗଳ କିଶୋର ଆଓଡିସିନାଲ ଏସପି, ସଦର ଏସଡିପିଓ, ଶିଳ୍ପାଞ୍ଚଳ, ସଦର, ସିମୁଳିଆ ଥାନାର ନ୍ସିପେକ୍ଟରଙ୍କ ନେତୃତ୍ବରେ ପାଞ୍ଚ ପ୍ଲାଟୁନ ପୁଲିସ ମୁତୟନ ବଜାରରେ କରାଯାଇଛି। ଘଟଣାକୁ ନଜର ରଖି ତହସିଲଦାର ପ୍ରିୟବ୍ରତ ପାଢୀଙ୍କ ନେତୃତ୍ବରେ ତିନିଜଣ ମାଜିଷ୍ଟ୍ରେଟ ବଜାରରେ ବିଭିନ୍ନ ସ୍ଥାନରରେ ରହିଛନ୍ତି। ପଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।