ବାହାନଗା-ରେମୁଣା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’, ବାଲେଶ୍ବରରେ ପଡିବ ଅଧିକ ପ୍ରଭାବ

Published By : Prameya-News7 Bureau | May 26, 2021 IST

ଭୁବନେଶ୍ବର ୨୬।୫: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ୧ଟା ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ ।

ବାଲେଶ୍ବର ଜିଲ୍ଲା ଦେଇ ମୟୁରଭଞ୍ଜ ଜିଲ୍ଲାକୁ ଯିବ ବାତ୍ୟା ‘ୟାସ୍’ । ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ବା ତାଠାରୁ ଟିକେ ଅଧିକ ରହିପାରେ । ବାଲେଶ୍ବରରେ ବାତ୍ୟା ‘ୟାସ୍’ର ଅଧିକ ପ୍ରଭାବ ପଡିବ । ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୁରଭଞ୍ଜରେ ମଧ୍ୟ ବାତ୍ୟା ‘ୟାସ୍’ ପ୍ରଭାବ ପକାଇବ ।

ବାତ୍ୟା ‘ୟାସ୍’ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ମୟୁରଭଞ୍ଜ କୁସୁମୀରେ ସର୍ବାଧିକ ୩୦୪ ମି.ମି. ବର୍ଷା ରେକର୍ଡ କରାଯାଇଛି । ଭଦ୍ରକର ଚାନ୍ଦବାଲିରେ ୨୮୮ ମି.ମି., କେନ୍ଦ୍ରାପଡାର ରାଜନଗରରେ ୨୭୫ ମି.ମି., ଜଗତସିଂହପୁର ଏରସମାରେ ୨୭୧ ମିି.ମି. ବର୍ଷା ରେକର୍ଡ କରାଯାଇଛି । ଏହାସହ ରାଜ୍ୟରେ ୩୬ଟି ସ୍ଥାନରେ ୧୧୦ ମି.ମି.ରୁ ୩୦୪ ମି.ମି. ବର୍ଷା ହୋଇଛି । ସେହିପରି ୩୭ଟି ବ୍ଲକ୍‌ରେ ୫୦ ମି.ମି.ରୁ ୧୦୦ ମିି.ମି. ବର୍ଷା ରେକର୍ଡ କରାଯାଇଛି । ବୁଧବାର ବ୍ୟାପକ ବର୍ଷା ହୋଇଛି । ଉତ୍ତର ଓଡିଶାର ଉପକୂଳରେ ଜୁଆର ଉଠିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ନଜରକୁ ଆସିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.