ବୃନ୍ଦାବନରେ ମାଙ୍କଡଙ୍କ କଳିରେ ଭାଙ୍ଗିଲା ଘରର ତାଜା, ୫ ମୃତ, ୧୨ ରୁ ଅଧିକ ଆହତ

Published By : Prameya-News7 Bureau | August 15, 2023 IST

ବୃନ୍ଦାବନ ୧୫।୮: ପ୍ରଶିଦ୍ଧ ବାଙ୍କେବିହାରୀ ମନ୍ଦିରକୁ ସଂଯୁକ୍ତ କରୁଥିବା ମୁଖ୍ୟ ମାର୍ଗରେ ଥିବା ଏକ ପୁରୁଣା ଘରର ତାଜା ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ଭାଙ୍ଗିପଡିଛି। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ଘଟଣା ପରେ ସେଠାରେ ଧାଁ ଧଉଡ ହୋଇଥିଲା। ଫଳରେ ୧୨ରୁ ଅଧିକ ଲୋକେ ଆହତ ହୋଇଥିବାର ଜଣାପଡିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି।

{"id":831355,"sizeSlug":"full","linkDestination":"none"}

ସୂଚନା ଅନୁସାରେ ବାଙ୍କେବିହାରୀଙ୍କ ମନ୍ଦିର ନିକଟରେ ଥିବା ବିଷ୍ଣୁ ବାଗ ଘରର ଏକ ବଡ଼ ଅଂଶ ଭୂଷୁଡି ପଡିଥିଲା। ଏହା ଏକ ପୁରୁଣା ଘର ହୋଇଥିବା ବେଳେ ତାଜା ଉପରେ ଦଳେ ମାଙ୍କଡ ମାରପିଟ ହେଉଥିଲେ। ଏହି ସମୟରେ ତାଜାଟି ଧସିପଡିଥିଲା। ଫଳରେ ତାଜା ତଳେ ଯାତାୟାତ କରୁଥିବା ୮ରୁ ୧୦ ଜଣ ଦବିଯାଇଥିଲେ। ଏଥିରୁ ୫ ଜଣଙ୍କୁ ମୃତ ଉଦ୍ଧାର କରାଯାଇଥିବା ବେଳେ ବାକି ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଯାଇଛି। ଜିଲ୍ଲା ପ୍ରଶାସନର ଅନୁମାନ ଦୁର୍ଘଟଣାରେ ୮ରୁ ୧୦ ଜଣ ଲୋକ ଗୁରୁତର ଆହତ ହୋଇଥିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.