କଲବଲ କଲାଣି ତାତି, ଦିନ ସାଢେ ୧୧ଟାରେ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ବର ୧୫।୪: ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଖରାର ପ୍ରକୋପ ଅସମ୍ଭାଳ ହେଲାଣି । ଏମିତିକି ଘରୁ ବାହାରିଲେ ଦେହ ହାତ ପୋଡି ଯାଉଛି । ରାଜ୍ୟକୁ ଉତ୍ତର, ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବଢୁଛି । ଏଥିପାଇଁ ଦିନବେଳା ତାତି ବଢ଼ିଚାଲିଛି । ଆଗକୁ ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ପ୍ରଚଣ୍ଡ ତାତି ଯୋଗୁ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ହେବ । ପୁଣି ଲୋକଙ୍କୁ କଲବଲ କରିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

ସୋମବାର ସକାଳୁ ସକାଳୁ ତାପମାତ୍ରା ୩୦ ଟପିଥିବା ଦେଖିବାକୁ ମିଳିଥିବା ବେଳେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ ହୋଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱରରେ ୩୯.୬°, ଭୁବନେଶ୍ୱରରେ ୩୯.୨°, ଚାନ୍ଦବାଲିରେ ୩୮.୭°, ଝାରସୁଗୁଡାରେ ୩୮.୪°, କେନ୍ଦୁଝରରେ ୩୮°, ହୀରାକୁଦରେ ୩୭.୫°, ରାଉରକେଲାରେ ୩୭°, ସମ୍ବଲପୁରରେ ୩୬.୮°, ଗୋପାଳପୁରରେ ୩୫.୨°, ପାରାଦୀପରେ ୩୫°, ପୁରୀରେ ୩୪.୫° ସେଲସିୟସ୍ ରେକର୍ଡ ହୋଇଛି ।

ସେପଟେ ସକାଳୁ ୮ଟା ୩୦ସୁଦ୍ଧା ଭୁବନେଶ୍ୱରରେ ୩୨.୬, ପାରାଦୀପରରେ ୩୨°, ପୁରୀରେ ୩୨°, କେନ୍ଦୁଝରରେ ୩୨°, ବାଲେଶ୍ୱରରେ ୩୧.୮°, ଚାନ୍ଦବାଲରେ ୩୧.୬°, ଝାରସୁଗୁଡାରେ ୩୦.୮°, ହୀରାକୁଦରେ ୩୦.୨°, ସମ୍ୱଲପୁରରେ ୩୦°, ରାଉରକେଲାରେ ୩୦°, ଗୋପାଳପୁରରେ ୨୯.୮° ତାପମାତ୍ରା ରେକର୍ଡ ହୋଇଛି । 

You Can Read :

ସକାଳୁ ଜଳିଲାଣି, ରାଜ୍ୟର ବିଭିନ୍ନ ସ୍ଥାନର ପାରଦ ଉପରମୁହାଁ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.