ଭୁବନେଶ୍ବର ୨୮।୭: ଓଏସଏସସି ପ୍ରଶ୍ନପତ୍ର ବିଭ୍ରାଟ ମାମଲାରେ OSSC ସେକ୍ରେଟାରୀଙ୍କୁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି । ଏହି ମାମଲାରେ ୯୨ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି । ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର କିଣିବା ପାଇଁ ଡିଲ୍ କରିଥିଲେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଏହି ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ OSSC ସେକ୍ରେଟାରୀଙ୍କୁ ବାଲେଶ୍ବର ଏସପି ଦେଇଛନ୍ତି । ସେହିପରି ଏହି ମାମଲାରେ ଗିରଫ ୧୭ଜଣଙ୍କ ମଧ୍ୟରୁ କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିଛନ୍ତି । ସେମାନଙ୍କ ଅଥରିଟିଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆକ୍ସନ ପାଇଁ ବାଲେଶ୍ବର ଏସ୍ପି ଚିଠି ଲେଖି ଜଣାଇଛନ୍ତି ।
ସେପଟେ OSSC ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ତେଜିଲା ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଯଦି ରାଜ୍ୟ ସରକାର ସିବିଆଇ ତଦନ୍ତ ନକରିବେ ତାହେଲେ ବିଜେପି ବିକଳ୍ପ ପଦକ୍ଷେପ ନେବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । ସେ କହିଛନ୍ତି, ଯଦି ରାଜ୍ୟ ସରକାର ଏହି ଘଟଣାରେ ନିଜର ନୈତିକତା ଓ ସ୍ପଷ୍ଟତା ପ୍ରମାଣ କରବାକୁ ଚାହୁଛନ୍ତି ତାହେଲେ ଘଟଣାର ତଦନ୍ତ ଭାର CBIକୁ ଦିଅନ୍ତୁ । ନଚେତ୍ ବାଧ୍ୟ ହୋଇ ରାଜ୍ୟ ବିଜେପି ବିକଳ୍ପ ପଦକ୍ଷେପ ଗ୍ରହଣ କରିବ ।
wp:embed {"url":"https://www.prameyanews7.com/ossc-question-paper-leak-from-printing-press-outside-odisha/","type":"wp-embed","providerNameSlug":"prameya-news-7"} /wp:embedସେହିଭଳି କଂଗ୍ରେସ ମଧ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଘଟିଛି । ତଥାପି ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ।
ସେପଟେ ବିଜେପି ନେତାଙ୍କ ବୟାନବାଜି ଉପରେ ବର୍ଷିଛି ବିଜେଡି । ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ରାଜ୍ୟ ବିଜେପି ଏତେ ବିଚଳିତ କାହିଁକି ବୋଲି ପ୍ରଶ୍ନ କରିଛି ଦଳ ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ JE ମେନ୍ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ବର ପୋଲିସ । ଏହି ଘଟଣାରେ ସଂପୃକ୍ତ ଥିବା ୯ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏତେ ସବୁ ଆକ୍ସନ ପରେ ବିରୋଧୀଙ୍କ ମନ ମାନୁନି । ଘଟଣାକୁ ନେଇ ତେଜିଛି ରାଜନୀତି ।
You Can Read :
wp:embed {"url":"https://www.prameyanews7.com/gopal-das-polygraph-test-report-arises/","type":"wp-embed","providerNameSlug":"prameya-news-7"} /wp:embed