ମିତ୍ରପୁର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ : ହତ୍ୟା ପାଇଁ ଭାଇ-ଭାଉଜ ଦେଇଥିଲେ ସୁପାରୀ, ୩ ମାସ ପୂର୍ବରୁ ରଚିଥିଲେ ଷଡଯନ୍ତ୍ର

Published By : Prameya-News7 Bureau | February 09, 2024 IST

ନୀଳଗିରି ୯।୨: ବାଲେଶ୍ବର ଜିଲ୍ଲା ନୀଳଗିରି ମିତ୍ରପୁର ଅଞ୍ଚଳରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି । ବ୍ଲୁ ଲେକ୍‌ରୁ ଦୁଇ ନିଖୋଜ ଯୁବକଙ୍କ ଶବ ମିଳିଥିବା ବେଳେ କାଂଶ ଅଞ୍ଚଳର ଭବାନୀଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରି । ସାଙ୍ଗ ମନୋରଞ୍ଜନ ହତ୍ୟା ଦେଖିବା ପରେ ତାଙ୍କୁ ବି ମାରି ଦେଇଥିଲେ ସୁପାରି କିଲର । ଦୁଇ ଯୁବକଙ୍କୁ ହତ୍ୟା ପରେ ପରିତ୍ୟକ୍ତ ଖାଦାନରେ ଫିଙ୍ଗି ଦେଇଥିଲେ । ୪ ଦିନ ପରେ ଉଭୟଙ୍କ ମୃତଦେହ ମିଳିଥିଲା । ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର । ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ଼ ଭାଇ ଓ ଭାଉଜ ଷଡ଼ଯନ୍ତ୍ର କରିଥିଲେ ।

ଭାଇ-ଭାଉଜ ଲକ୍ଷେ ୪୦ ହଜାର ଟଙ୍କାରେ ମାରିବା ପାଇଁ ଡିଲ୍ କରିଥିଲେ । ପରେ ନିଜେ ଅଭିଯୋଗ କରି ତଦନ୍ତକୁ ବାଟବଣା କରିଥିଲେ । ତେବେ ଭାଇ-ଭାଉଜକୁ ମିଶାଇ ୬ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ୭୦ ହଜାର, ମାରଣାସ୍ତ୍ର, ୬ଟି ଫୋନ୍, ଦୁଇଟି ମୋଟରସାଇକେଲ ଜବତ ହଇଛି । ଏ ନେଇ ପ୍ରେସମିଟ୍ ଜରିଆରେ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

{"id":906901,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ ନିକଟରେ ଗତ ମଙ୍ଗଳବାର ଏକ ବାଇକ୍ ରଖାଯାଇଥିବା ବେଳେ ନିକଟରେ ରକ୍ତଛିଟା ପଡିଥିବା ଦେଥିବାକୁ ମିଳିଥିଲା । ନିକଟରେ ଚପଲ ମଧ୍ୟ ପଡିଥିଲା । ବାଇକର ନମ୍ବର ଦେଖି ଯୁବକ ଜଣକଙ୍କ ପରିଚୟ ମିଳିଥିଲା । ନୀଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ପଞ୍ଚାୟତର କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଙ୍କୁ ସୋମବାର ଅପରାହ୍ନରେ ତାଙ୍କ ସାଙ୍ଗ ମନୋରଞ୍ଜନ ମହାପାତ୍ର କୁଆଡେ ଡାକିଆଣି ଆଉ ଫେରିନଥିଲେ । ପରଦିନ ସକାଳେ ମିତ୍ରପୁର ଅଞ୍ଚଳରେ ଥିବା ବ୍ଲୁ ଲେକ ନିକଟରେ ତାଙ୍କର ବାଇକ୍ ରଖାଯାଇଥିବା ବେଳେ ନିକଟରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା ।

{"id":906902,"sizeSlug":"full","linkDestination":"none"}

ସେପଟେ ଘରକୁ ଫେରିବାରେ ବିଳମ୍ବ ହେଉଥିବାରୁ ଉଭୟଙ୍କ ପରିବାର ଲୋକେ ଦୁଇ ଜଣଙ୍କ ମୋବାଇଲକୁ କଲ କରିବାରୁ ମୋବାଇଲ୍ ସ୍ୱିଚ୍ଅଫ୍ ଥିଲା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିବା ପରେ ବାଇକର ପ୍ଲକରୁ ତାର ଖୋଲା ଯାଇଥିବା ବେଳେ ଏକ ସ୍ଥାନରେ ପଥର ପଡିଥିବା ବେଳେ ପ୍ରବଳ ରକ୍ତ ପଡିଥିବା ଦେଖାଯାଇଥିଲା । ନୀଳଗିରି ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ଗୋପାଳ କର୍ଣ୍ଣ ପହଞ୍ଚି ତଦନ୍ତ କରିବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ଯାଞ୍ଚ କରିବା ପରେ ଦମକଳ ବାହିନୀ ବ୍ଲୁ ଲେକରେ ବୋଟ ପକାଇ ଯାଞ୍ଚ କରିଥିଲେ । ଶୁକ୍ରବାର ସକାଳେ ମଧ୍ୟ ଦମକଳବାହିନୀ ଯାଇ ବହୁ ଖୋଜାଖୋଜି କରିଥିବା ବେଳେ ନିଖୋଜ ଦୁଇ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ ବିଭାଗ ଯାଇ ଶବ ଜବତ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।ତେବେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରି ଯିଏ ଅଭିଯୋଗକାରୀ ସିଏ ନିଜେ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା । ମୃତ ଭବାନୀ ରାଉତଙ୍କ ବଡ଼ ଭାଇ ବିଜୟ କୁମାର ତାଙ୍କ ସ୍ତ୍ରୀଙ୍କ ସହିତ ମିଶି ଜମିଜମା ଓ ପୂର୍ବ ଶତ୍ରୁତା ପାଇଁ ଭବାନୀକୁ ମାରିବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିବା ତଦନ୍ତରୁ ଜଣାପଡିଥିଲା । ପୁରୁଣା ବାଲେଶ୍ଵର ଅଞ୍ଚଳର ୫ ଜଣ ସୁପାରି କିଲରଙ୍କୁ ୧.୭୦ ଲକ୍ଷ ଦେଇ ସେ ଡିଲ୍ କରିବା ପରେ ୧.୪୦ ଲକ୍ଷରେ କଥା ଛିଡିବା ପରେ ୩୦ ହଜାର ଆଡ଼ଭାନ୍ସ ଦେଇଥିଲା । ପୂର୍ବରୁ ଭାବନୀଙ୍କ ସହ କିଛି ଯୁବକ ମିଶି ଭୋଜି ବାହାନାରେ ବ୍ଲୁ ଲେକ ନିକଟକୁ ଡକାଇ ତାଙ୍କୁ ତେଲେଙ୍ଗା କଟୁରି ସାହାଯ୍ୟରେ ହାଣି ମାରିଥିଲେ । ପରେ ତାଙ୍କ ସାଙ୍ଗ ମନୋରଞ୍ଜନ ଦୌଡ଼ିବାରୁ ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ମଧ୍ୟ ମାରିଥିବା ଜଣାପଡିଛି । ଘଟଣାରେ ଅଞ୍ଚଳବାସୀ ଓ ମନୋରଞ୍ଜନଙ୍କ ପରିବାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

{"id":906904,"sizeSlug":"full","linkDestination":"none"}

ନୀଳଗିରି ପୋଲିସ ଅଭିଯୁକ୍ତ ଭାଇ ବିଜୟ କୁମାର ଓ ତାଙ୍କ ସ୍ତ୍ରୀକୁ ଅଟକ ରଖି ତଦନ୍ତ ପରେ ସୁପାରି କିଲରକୁ ଧରିବାକୁ ଜାଲ ବିଛାଇଥିଲା । ଗୁରୁବାର ୫ଜଣ ସୁପାରି କିଲର ପୁରୀ ଜଳେଶ୍ବର ମେମୁ ଟ୍ରେନରେ ଆସୁଥିବା ଜାଣି ୪ ଜଣଙ୍କୁ କାବୁ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଛି । ୪ ଜଣଙ୍କ ନିକଟରୁ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଦୁଇଟି ତେଲେଙ୍ଗା କଟୁରି, ୮ଟି ମୋବାଇଲ ଫୋନ, ତିନୋଟି ବାଇକ୍ ଜବତ ହୋଇଛି । ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ବାଲେଶ୍ଵର ଏସପି ସାଗରିକା ନାଥ ପ୍ରେସମିଟ ଜରିଆରେ ସମସ୍ତ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/santrupt-misra-appointed-as-national-spokesperson-of-biju-janata-dal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/santrupt-misra-appointed-as-national-spokesperson-of-biju-janata-dal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.