oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବାଲେଶ୍ଵର ଫଳକ ଦୁର୍ନୀତି: ଖବର ପ୍ରସାରଣ ପରେ ଚେଇଁ ଉଠିଲା ଭିଜିଲାନ୍ସ, ତଦନ୍ତ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ

24/05/2022 at 4:12 PM

ବାଲେଶ୍ଵର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେଇଁ ଉଠିଛି ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ। ବାଲେଶ୍ବର ଜିଲ୍ଲା ଫଳକ କିଣା ଦୁର୍ନୀତି ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଭିଜିଲାନ୍ସ ଅତିରିକ୍ତ ଏସପି ମହେଶ୍ଵର ସେଠୀ କହିଛନ୍ତି । ଫଳକ କିଣାରେ ପାଂଚ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ପ୍ରଥମେ ନ୍ୟୁଜ୍୭ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇ ଉଠିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ,  ଯେଉଁ ଫଳକକୁ ଭଦ୍ରକ ଜିଲ୍ଲାରେ ପଚାଶ ଟଙ୍କାରେ କିଣା ଯାଇଛି, ସେହି ଫଳକକୁ ବାଲେଶ୍ବର ଜିଲ୍ଲାରେ ୪୩୭ଟଙ୍କାରେ କିଣା ହୋଇଛି, ତାହା ପୁଣି ନିମ୍ନ ମାନର । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୯୦ଟଙ୍କାରେ ଆଉ ନବରଙ୍ଗପୁର ଜିଲ୍ଲାରେ ୬୭ରୁ ୭୯ଟଙ୍କାରେ ଏହି ଫଳକ କିଣା ଯାଇଛି । ଏସବୁ ହେଉଛି ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରର ଫଳକ । ବାଲେଶ୍ବର ଜିଲ୍ଲାରେ ଏହି ଫଳକ କିଣାରେ ବଡ ଧରଣର ଦୁର୍ନୀତି ହୋଇଛି ।

ବିଜୁ ପକ୍କାଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ହେଉ ବା ଇନ୍ଦିରା ଆବାସ , ଏହି ଘର ନିର୍ମାଣ ଶେଷ ହେବା ପରେ ଏକ ଫଳକ ଲାଗିଥାଏ । ଏଥିପାଇଁ ସରକାର ସ୍ଵତନ୍ତ୍ର ଅନୁଦାନ ଦେଇଥାନ୍ତି । ଏହାର ସୁଯୋଗ ନେଇ ଟଙ୍କା ଚଳୁ କରିଛନ୍ତି ବାଲେଶ୍ଵରର ପିଡି ଆଉ ବିଡିଓ । ଛୋଟିଆ ଫଳକ, କାହାରି ନଜରକୁ ଆସିବ ନାହିଁ ବୋଲି ବାବୁମାନେ ଭାବି କୋଟି କୋଟି ଟଙ୍କା ଚଳୁ କି ଦେଇଥିଲେ । ତେବେ ଏନେଇ ନ୍ୟୁଜ୍7ରେ ସର୍ବପ୍ରଥମେ ଖବର ପ୍ରକାଶ ପାଇଥିଲା। ଦେଢ ଫୁଟରେ ଦେଢ ଫୁଟ ପତଳା ମାର୍ବଲ ଉପରେ ସ୍କ୍ରିନ ପ୍ରିଂଟ ଫଳକକୁ କିଣା ଯାଇଛି ୪୩୭ ଟଙ୍କାରେ । ଯାହାର ମାର୍କେଟ ମୂଲ୍ୟ ୪୦ ଟଙ୍କା ରହିଛି। ଏହି ପରି ପ୍ରାୟ ଏକ ଲକ୍ଷ ୮୦ ହଜାର ଫଳକ ବାଲେଶ୍ବର ଜିଲ୍ଲାରେ କିଣା ଯାଇଛି । ମୋଟା ଅଙ୍କର ଦୁର୍ନୀତି ହୋଇଥିବା କଥାକୁ ବାଲେଶ୍ବର ଜିଲ୍ଲାପରିଷଦ ଅଧ୍ୟକ୍ଷ ମଧ୍ୟ ସ୍ଵୀକାର କରିଥିଲେ।  

   Related Posts