ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସାଇକେଲ ନୁହେଁ, ଇଏ ମୋ ମର୍ସିଡିଜ୍; ବାପାଙ୍କ ତିନି ଚକିଆରେ ବସି ସ୍କୁଲ୍ ଗଲାବେଳେ ଡାକ୍ତର ହେବାର ସ୍ୱପ୍ନ ଦେଖେ ତନୟା

27/06/2022 at 5:30 PM

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତି ଗଜେନ୍ଦ୍ର। ରୋଜଗାର ନଥିବାକୁ ମୁଣ୍ଡରେ ପରିବାର ବୋଝ। ତା ସାଙ୍ଗକୁ ୩ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବାର ସ୍ୱପ୍ନ। ଗଜେନ୍ଦ୍ର ସିନା ଭିନ୍ନକ୍ଷମ ହୋଇଗଲେ ହେଲେ ଝିଅମାନଙ୍କୁ ପାଠ ପଢ଼ାଇ ସାମାଜର ଜଣେ ଦକ୍ଷ ନାଗରିକ ଭାବେ ଗୋଢ଼ିବାକୁ ତାଙ୍କର ଭାରି ଇଚ୍ଛା। ଏଭଳି ସ୍ଥିତିରେ ଅନେକ ଲୋକ ଝିଅମାନଙ୍କୁ ହୁଏତ ପାଠ ପଢ଼ାଇବା କଥା ଚିନ୍ତା ବି କରିବେନି। ହେଲେ ଗଜେନ୍ଦ୍ର ସମ୍ପୂର୍ଣ୍ଣ କିନ୍ତୁ ଭିନ୍ନ। ଝିଅକୁ ପାଠ ପଢ଼ାଇ ମଣିଷ କରିବା ପାଇଁ ସେ ଜାରି ରଖିଛନ୍ତି ଅବିରତ ସଂଘର୍ଷ।

ଗଜେନ୍ଦ୍ରଙ୍କୁ ସାହା ଭରସା କହିଲେ ଏଇ ତିନି ଚକିଆ ଗାଡ଼ି। ହାଟକୁ ହେଉ ବା ବାଟକୁ, ଯେଉଁଠିକି ଗଲେ ଲୋଡ଼ାପଡ଼େ ଏହି ୩ ଚିକିଆ। ଆଉ ଏଇଥିରେ ବସାଇ ଗଜେନ୍ଦ୍ର ତାଙ୍କ ଝିଅକୁ ସ୍କୁଲ୍ ନେବା ଆଣିବା କରନ୍ତି। ପାତ୍ରପଡ଼ାର ଏଡିଏମ୍ ଛକରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଝିଅକୁ ଛାଡ଼ିବାକୁ ଯାଆନ୍ତି ଓ ସ୍କୁଲ୍ ସରିଲେ ପୁଣି ଆଣି ଆସନ୍ତି।

ରାସ୍ତାସାରା ଖାଲଢିପ ଅବସ୍ଥାରେ ଗଜେନ୍ଦ୍ରଙ୍କ ଚିନି ଚକିଆ ସାଇଁ ସାଇଁ ଗଡ଼େ। ଆଉ ଝିଅ ନୀଳାଦ୍ରି ତନୟା ବି ବାପାଙ୍କ ୩ ଚକିଆ ସାଇକେଲ୍‌ ପଛରେ ଛିଡ଼ା ହେଇ ଆସନ୍ତି। ଘଟଣା ଆଜିର ନୁହେଁ, ସ୍କୁଲ୍ ପାଠପଢ଼ା ଆରମ୍ଭରୁ ଆଜି ତୃତୀୟ ଶ୍ରେଣୀ ଯାଏ ନୀଳାଦ୍ରି ତନୟା ବାପାଙ୍କ ସାଇଲେକ୍‌ରେ ବସି ସ୍କୁଲ୍ ଯାଉଛନ୍ତି ଓ ଆସୁଛନ୍ତି।

ପାଖରେ ଟଙ୍କା ନଥିବାରୁ ଝିଅକୁ ବସ୍ କିମ୍ବା ଗାଡ଼ିରେ ସ୍କୁଲ୍ ପଠାଇପାରନ୍ତିନି ଗଜେନ୍ଦ୍ର। ଆଉ ଝିଅ ନୀଳାଦ୍ରି ବି ବସ୍ କିମ୍ବା ଅନ୍ୟ ଗାଡ଼ିରେ ଯିବାକୁ ପସନ୍ଦ କରନ୍ତିନି। ବାପାଙ୍କ ତିନି ଚକିଆ ସାଇକେଲ ତାଙ୍କ ପାଇଁ କେଉଁ ଅଡି, ମର୍ସିଡିଜ୍ ଠାରୁ ବି କମ୍ ନୁହେଁ। ବରଂ ତା ଠାରୁ ବି ଅନେକ ଭଲ।

ସାଇକେଲ୍‌ ପଛରେ ବସି ଆସିଲା ବେଳେ ଖୋଲା ଆକାଶ ସାଙ୍ଗକୁ ସୁଲସୁଲିଆ ପବନରେ ନୀଳାଦ୍ରୀଙ୍କ ଛୋଟ ଆଖିରେ ବୁଣି ହେଇଯାଏ ଅନେକ ବଡ଼ ବଡ ସ୍ୱପ୍ନ। ବଡ଼ ହେଲେ ସେ ଦିନେ ଡାକ୍ତର ହେବେ ଓ ବାପାଙ୍କ ଦୁଃଖ କଷ୍ଟ ଲାଘବ କରିବେ। ଆଉ ବାପା ଗଜେନ୍ଦ୍ର ବି ଝିଅର ସ୍ୱପ୍ନ ପୂରା କରିବାରେ ଆରମ୍ଭି ଦେଇଛନ୍ତି ଅବିରତ ସଂଘର୍ଷ।

   Related Posts