ବଲାଙ୍ଗୀର ବନ୍ଦ ଡାକରା ସ୍ଥଗିତ; ଜବରଦଖଲ ଉଚ୍ଛେଦ ବିରୋଧରେ ଆନ୍ଦୋଳନକାରୀଙ୍କ ଶୋଭାଯାତ୍ରା

Published By : Prameya-News7 Bureau | January 05, 2023 IST

ବଲାଙ୍ଗୀର ୦୫/୦୧: ବଲାଙ୍ଗୀର ବନ୍ଦ ଡାକରାକୁ ନେଇ ବିରୋଧ ଓ ଅସନ୍ତୋଷ ବଢ଼ିଛି। ଜାନୁଆରୀ ୬ରେ ବଲାଙ୍ଗୀର ବନ୍ଦପାଇଁ ଡାକରା ଦିଆଯାଇଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି। କାରଣ ବନ୍ଦ ଡାକରା ପାଇଁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିକତ କରିବା ନେଇ ନୋଟିସ୍‌ ଜାରି କରିଥିବା ସହରର ଇନ୍ଦିରାନଗର ଓ ଇଚ୍ଛାପଡାବାସୀ ଅଭିଯୋଗ କରିଛନ୍ତି। ସେଥିପାଇଁ ଗୁରୁବାର ହଜାରେରୁ ଅଧିକ ପୁରୁଷ ଓ ମହିଳା ଶୋଭାଯାତ୍ରା କରି ଜବରଦଖଲ ଉଚ୍ଛେଦକୁ ବନ୍ଦ କରିବାକୁ ଦାବି କରିଛନ୍ତି।

ଏହାସହ କୋଟିକୋଟି ଟଙ୍କା ଆସିଥିଲେ ମଧ୍ୟ ତାହା ଖର୍ଚ୍ଚ ନହୋଇ ଲୋକଙ୍କୁ କାହିଁକି ରାଜନୈତିକ ଉଦେଶ୍ୟ ରଖି ଉଚ୍ଛେଦ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆନ୍ଦୋଳନକାରି ବିକ୍ଷୋଭ ପ୍ରଦର୍ଶନ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯିବାବେଳେ ଅଧାରାସ୍ତାରୁ ସେମାନଙ୍କୁ ପୋଲିସ ଅଟକାଇଛି। ତାସହ ଜନ ଆକ୍ରୋସକୁ ଦେଖି ବିଧାୟକଙ୍କ ଘର ଆଗରେ ପୋଲିସ ମୁତୟନ  ହୋଇଛନ୍ତି। ଏନେଇ ଭୂମିହିନ ନିରୀହ ଲୋକଙ୍କ ପାଇଁ ସରକାର ଥଇଥାନ ଯୋଜନା କରିଛନ୍ତି ବୋଲି ଜିଲ୍ଲାପାଳ କଡ଼ା ତାଗିଦ କରି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.