ତିନି ଫେରାର ଗଞ୍ଜେଇ ଚାଲାଣକାରୀଙ୍କୁ ନୋଟିସ୍, ସମ୍ପତ୍ତି ବାଜ୍ୟାପ୍ତି ସହ ପଳାତକ ଘୋଷଣା
29/01/2023 at 2:50 PM

ମାଲକାନଗିରି 29/01 : ତିନି ଫେରାର ଗଞ୍ଜେଇ ଚାଲାଣକାରୀଙ୍କୁ ନୋଟିସ୍। ସେମନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନୋଟିସ ଲଗାଇବା ସହ ସେମାନଙ୍କୁ ପଳାତକ ଘୋଷଣା କଲେ ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍। ପଳାତକ ତିନି ଅଭିଯୁକ୍ତଙ୍କ ଘରେ ପୋଲିସ୍ ନୋଟିସ ଲଗାଇବା ସହ ଗାଁରେ ବାଜା ବଜାଇ ଘୋଷଣା କରିଛି। ମାଲକାନଗିରି ସଦର ଥାନା ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତ ଏମଭି-୮୩ ଗ୍ରାମର ଏହି ୩ ଜଣ ଗଞ୍ଜେଇ ବେପାରୀ ହେଉଛନ୍ତି ନିତାଇ ମଣ୍ଡଳ, ଅଶୋକ ମହାରି ଓ ମହେନ୍ଦ୍ର ବସୁ ।

ଦୀର୍ଘବର୍ଷ ଧରି ଫେରାର ଥିବାରୁ ସେମାନଙ୍କ ନାଁରେ ଜିଲ୍ଲା ଅଦାଲତ ଜାମିନ ବିହୀନ ପରୱାନା ଜାରି କରିଛି। ତୁରନ୍ତ ଅଦାଲତରେ ହାଜର ନହେଲେ ଏହି ତିନି ଜଣଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ବାଜ୍ୟାପ୍ତି କରିଦିଆଯିବ ବୋଲି ସେମାନଙ୍କ ଘରେ ପୁଲିସ ନୋଟିସ୍ ଲଗାଇଛି ।