ଦୁଲୁକିଲା ବଲାଙ୍ଗୀର ସହର ରାଜରାସ୍ତା; ୨୨ ତମ ବଲାଙ୍ଗୀର ଲୋକ ମହୋତ୍ସବ ଆରମ୍ଭ
20/01/2023 at 9:18 PM

ବଲାଙ୍ଗୀର ୨୦/୦୧: ଶୁକ୍ରବାରଠାରୁ ବଲାଙ୍ଗୀର ଲୋକ ଉତ୍ସବ ଆରମ୍ଭ ହୋଇଛି। ୨୨ତମ ଜିଲ୍ଲା ମହୋତ୍ସବ ପାଳୁଛି ବଲାଙ୍ଗୀର। ଏନେଇ ଶୁକ୍ରବାର ସକାଳୁ କୋଶଲ କଳାମଣ୍ଡପରେ ମଞ୍ଚପୂଜା ହୋଇଥିଲା। ଏହାପରେ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା ବାଦ୍ୟ, ଯୋଡ଼ି ଶଙ୍ଖ, ପାରମ୍ପରିକ ବାଜା, ଢୋଲ ନିଶାନ ତାସା ସହ ଅନ୍ୟ ରାଜ୍ୟରୁ ଆସିଥିବା କଳାକାରମାନେ ଏଥିରେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ।

ଯାହାକୁ ଦେଖିବା ପାଇଁ ସହରରେ ଲୋକଙ୍କ ପ୍ରବଳ ଗହଳି ଜମିଥିଲା। ସେହିପରିସନ୍ଧ୍ୟାରୁ ଜିଲ୍ଲାରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଧାରଣ ସଭା ହୋଇଥିଲା। ସ୍ଥାନୀୟ କଳାକାରଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର କଳାକାରମାନଙ୍କ ସୁନ୍ଦର କଳାପ୍ରଦର୍ଶନ ମାଧ୍ୟମରେ ସମଗ୍ର କୋଶଲ କଲମଣ୍ଡପ ଦୁଲୁକିଛି୍।