ଅସହ୍ୟ ଗରମରୁ ମିଳୁନି ତ୍ରାହି; ମଙ୍ଗଳବାର ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର
23/05/2023 at 8:11 PM

ଭୁବନେଶ୍ୱର ୨୩/୦୫: ଅସହ୍ୟ ତାତିରୁ ମିଳୁନି ତ୍ରାହି। ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁସାରେ ମଙ୍ଗଳବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସେହିପରି ଓଡ଼ିଶାର ୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା। ଏହି ସହରଗୁଡ଼ିକ ମଧ୍ୟରେ ବଲାଙ୍ଗୀରରେ ୪୩.୦୩, ସମ୍ୱଲପୁରରେ ୪୨.୦୯, ଝାରସୁଗୁଡ଼ାରେ ୪୨.୦୮, ସୋନପୁରରେ ୪୨.୦୬ ଭୁବନେଶ୍ୱରରେ ୪୨.୦୬, ବରଗଡ଼ରେ ୪୨.୦୪, ହିରାକୁଦରେ ୪୨.୦୧, ବାରିପଦାରେ ୪୨.୦୦, ସୁନ୍ଦରଗଡ଼ରେ ୪୧.୦୮, ତାଳଚେରରେ ୪୧.୦୮, ଅନୁଗୁଳରେ ୪୧.୦୭, ରାଉରକେଲାରେ ୪୧.୦୬, ଖୋର୍ଦ୍ଧା ୪୧.୦୫, ଢେଙ୍କାନାଳ ୪୧.୦୪ ବୌଦ୍ଧ ୪୧.୦୦,କଟକ ୪୧.୦୦, ଚାନ୍ଦବାଲି ୪୦.୦୭, କେନ୍ଦ୍ରାପଡ଼ା ୪୦.୦୭, ଯାଜପୁର ୪୦.୦୫, ଜଗତସିଂହପୁର ୪୦.୦୪, ଟିଟିଲାଗଡ଼ ୪୦.୦ ନୂଆପଡ଼ା ୪୦.୦ ଡିଗ୍ରୀ ତାପମାତ୍ରା ଛୁଇଁଥିଲା।
Maximum temperature recorded over different locations of #Odisha as of today, 23rd May 2023
— Meteorological Centre, Bhubaneswar (@mcbbsr) May 23, 2023
#Bolangir recorded the highest maximum temperature of 43.3°C #Sambalpur 42.9°C, #Jharsuguda 42.8°C #Bhubaneswar & #Sonepur 42.6°C pic.twitter.com/9qFlWMEOtf
ସେପଟେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ମଙ୍ଗଳବାର ସକାଳୁ ସକାଳୁ ପାଗ କୋହଲିଆ ରହିଥିଲା। ତେବେ ଆଗକୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏହାସହ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଅସମ୍ଭାଳ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ସୂଚନାଥାଉକି, ଗତକାଲି ବା ସୋମବାର ରାଜ୍ୟର ୮ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା। ସମ୍ବଲପୁର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର। ଏଠାରେ ଦିନ ତାପମାତ୍ରା ୪୩.୩ ଡିଗ୍ରୀ ଥିଲା। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨-୪୩ ଡିଗ୍ରୀ ରହିବ। ଏନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଉପକୂଳ ଓଡ଼ିଶାରେ ବି ତାତିରୁ ତ୍ରାହି ମିଳିବନି। ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।