ପାଟଣାଗଡ ବିଧାୟକ ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା : ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ, ଉପଜିଲ୍ଲାପାଳ କରିବେ ତଦନ୍ତ
6/06/2019 at 1:52 PM

ବଲାଙ୍ଗିର ୬|୬: ପାଟଣାଗଡର ନବନିର୍ବାଚିତ ବିଧାୟକ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ପାଟଣାଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବେ ।
ସୂଚନାଯୋଗ୍ୟ ଯେ, ପାଟଣାଗଡର ନବନିର୍ବାଚିତ ବିଧାୟକଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଉଥିବା ଦେଖିବାକୁ ମିଳିଛି। ସଂପୃକ୍ତ ଅଧିକାରୀଙ୍କୁ ୫ ମିନିଟ୍ରେ ୧୦୦ ଥର ଉଠବସ ହେବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଭିଡିଓରେ ରହିଛି। ତେବେ ଏହି ଅଧିକାରୀ ଦୁଇଥର ଉଠବସ ହୋଇ ରହିଯାଉଛନ୍ତି। ବିଧାୟକଙ୍କ କଙ୍ଗାରୁ କୋର୍ଟରେ ଦଳୀୟ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ଜେଇ ଉଠବସ ନହେଲେ ତାଙ୍କୁ ମାଡ ମାରିବା ପାଇଁ ମଧ୍ୟ ବିଧାୟକ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ଗ୍ରାମାଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ବିଧାୟକ ସର୍ବସାଧାରଣରେ ଜେଇଙ୍କୁ ଦଣ୍ଡ ଦେଇଥିଲେ। ଜଣେ ଜନପ୍ରତିନିଧି ହୋଇ ବେଆଇନ୍ କାମ କରିବା କେତେ ଦୂର ଯଥାର୍ଥ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।