ସୁସ୍ଥ ଶରୀରର ବାର୍ତ୍ତା ଦେଇ ମାରାଥନରେ ଦୌଡ଼ିଲେ ଜିଲ୍ଲାପାଳ ଓ ଏସ୍‌ପି

Published By : Prameya-News7 Bureau | October 30, 2022 IST

ବଲାଙ୍ଗୀର: ଦୌଡ଼ିବା ସୁସ୍ଥ ରହିବା । ସୁସ୍ଥ ଶରୀର ହେଲେ ରୋଗ ଦୂର ହେବ। ଏଭଳି ବାର୍ତ୍ତା ଦେଇ ବଲାଙ୍ଗୀରରେ ଆୟୋଜିତ ହୋଇଛି ଫିଟ୍ ଇଣ୍ଡିଆ ଫ୍ରିଡମ ରନ ୩.୦ ମାରାଥନ। ଏହି ମାରାଥନକୁ ଜିଲ୍ଲା ପ୍ରଶାସନ ଆୟୋଜନ କରିଥିଲା।

ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରୁ ମାରାଥନ ଆରମ୍ଭ ହୋଇ ଲଡକୀପାଲି ଆଇଟିଆଇ ଦେଇ ପୁଣି ଗାନ୍ଧୀ ଷ୍ଟାଡିୟମରେ ଶେଷ ହୋଇଥିଲା। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନିତୀନ କୁସଲକର ମାରାଥନର ଶୁଭାରମ୍ଭ କରିଥିଲେ। ବିଭିନ୍ନ ସ୍କୁଲ, କଲେଜ ଛାତ୍ର  ଛାତ୍ରୀଙ୍କ ସହ ଏନସିସି ଓ ବଲାଙ୍ଗୀର ଜିଲ୍ଲାପ୍ରସାସନ ମଧ୍ୟ ଏହି ମାରାଥନରେ ସାମିଲ ହୋଇଥିଲେ।

ମାରାଥନରେ ସମସ୍ତଙ୍କୁ ଆକର୍ଷିତ କରିବା ସହ ଆହୁରି ଜୋଶ  ଭରିଦେଇଥିଲା ଜିଲ୍ଲାପାଳ ଚଞ୍ଚଳରାଣା ଓ ଏସପି ନିତିନ କୁସଲକରଙ୍କ ଦୌଡ଼ । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବେଶ ତତ୍ପରତା ସହ ଦୌଡ଼ି ଥିଲେ ଉଭୟ। ଯାହାକୁ ଦେଖି ଅନ୍ୟମାନେ ବି ଉତ୍ସାହିତ ହୋଇ ମାରାଥାନରେ ଭାଗ ନେଇଥିଲେ। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.