ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ସଦ୍ୟତମ ସୂଚନା ଜାରି କଲା ଦିଲ୍ଲୀ ଏମ୍ସ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ: ନିମାପଡ଼ା ବଳଙ୍ଗାରେ ଏକ ସାଂଘାତିକ ଘଟଣା କ୍ରମେ ଆହତ ହୋଇଥିବା ନାବାଳିକାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲା ଏମ୍ସ ପଠାଯାଇଛି। ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଛି। ତେବେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ସଦ୍ୟତମ ସୂଚନା ଜାରି କରିଛି ଦିଲ୍ଲୀ ଏମ୍ସ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ତେବେ ଭୁବନେଶ୍ଵର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବା ପୂର୍ବରୁ ପୀଡ଼ିତାଙ୍କ ଅବସ୍ଥାରେ ଉନ୍ନତି ଆସିଥିବା କୁହାଯାଇଥିଲା। 

ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆଜି ଅପରାହ୍ନ ୪ଟା ୨୦ରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ଝିଅର ୭୫% ଶରୀର ପୋଡ଼ି ଯାଇଛି। ଅବସ୍ଥା ଗୁରୁତର ରହିଛି ଏବଂ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି।  ଏମ୍ସ ICU ବର୍ଣ୍ଣ ୟୁନିଟ୍‌ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍‌ରେ ଚିକିତ୍ସା କରାଯାଉଛି। ଗୋଟିଏ ଡାକ୍ତରୀ ଟିମ୍‌ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। 

ନିମାପଡ଼ା ବଳଙ୍ଗାରେ ଏକ ସାଂଘାତିକ ଘଟଣା କ୍ରମେ ଆହତ ହୋଇଥିବା ନାବାଳିକାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲା ଏମ୍ସ ପଠାଯାଇଛି। ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ପୂର୍ବ ଅପେକ୍ଷା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଥିବାରୁ ଦିଲ୍ଲୀରେ ତାଙ୍କୁ ଉତ୍ତମ ଚିକିତ୍ସା ମିଳିପାରିବ ବୋଲି ଆଶା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଭୁବନେଶ୍ବର ଏମ୍ସରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ସହିତ ତାଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ଏମ୍ସରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ସ୍ଥିର ହୋଇଥିଲା। ଆଉ ଆଜି ଆରମ୍ଭ ହୋଇଥିଲା ପ୍ରକ୍ରିୟା। ସମୟ ଦିନ ସାଢ଼େ ୧୨ଟା ଭୁବନେଶ୍ବର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ କରାଯାଇଥିଲା ଗ୍ରୀନ କରିଡର। ଆଗରୁ ଏକାଧିକବାର ଗ୍ରୀନ କରିଡର କରିଥିବା କମିଶନରେଟ ପୋଲିସ ଏଥିପାଇଁ ପୂରା ରାସ୍ତାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। 

ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବା ପାଇଁ ଆଜି ମଧ୍ୟ ଏକାଧିକ ନେତା ଏମ୍ସ ମୁହାଁ ହୋଇଥିଲେ। ଏଫଏମ କଲେଜ ଛାତ୍ରୀ ଏବଂ ବଳଙ୍ଗାପୀଡ଼ିତା ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଏହି ସ୍ଥାନରେ ଦେଖାଦେଇଥିଲା ଉତ୍ତେଜନା। ଯାହାକି ସାଧାରଣ ଚିକିତ୍ସା ବ୍ୟବସ୍ଥାକୁ ପ୍ରଭାବିତ କରିଥିଲା।  ବଳଙ୍ଗା ପୀଡ଼ିତାଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବାକୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ହେବା ପରେ ଆଜି ସେଠାରେ ପହଞ୍ଚିଥିଲେ ନିମାପଡ଼ା ନେତା ସମୀର ଦାଶ।  ଆଉ ତାଙ୍କ ଆକ୍ଷେପ ଯେମିତି ଥିଲା ଦୁଇଧାର ଛୁରୀ। 

ସମୟ ୧୨ଟା ୩୦ ମିନିଟ। ପୀଡ଼ିତାଙ୍କୁ ଏମ୍ସରୁ ବାହାରକୁ ଅଣାଯାଇଥିଲା। ଆମ୍ବୁଲାନ୍ସ ଯୋଗେଁ ଆରମ୍ଭ ହୋଇଥିଲା ଯାତ୍ରା। ଏସକର୍ଟ ଭେହିକିଲ୍ ବାଟ କଢ଼ାଇ ନେଇଥିଲା। ଏବଂ ଠାଏ ଠାଏ ଅପେକ୍ଷା କରି ରହିଥିଲେ ଟ୍ରାପିକ କର୍ମଚାରୀ। ଆମ୍ବୁଲାନ୍ସ ଭୁବନେଶ୍ବର ରାସ୍ତାରେ କ୍ଷୀପ୍ର ଗତିରେ ଆଗେଇ ଚାଲିଥିଲା। ଆଗୁଆ ରାସ୍ତା ସଫା କରି ରଖିଥିଲେ ଟ୍ରାଫିକ କର୍ମଚାରୀ। ବିମାନ ବନ୍ଦରରେ ଠିଆ ହୋଇଥିଲା ଏୟାର ଆମ୍ବୁଲାନସ। ସେଠାରେ ପହଞ୍ଚିଥିଲା ଏମ୍ସରୁ ଆସିଥିବା ଆମ୍ବଲାନ୍ସ। ସାଙ୍ଗରେ  ଆସିଥିଲେ ପରିବାର ସଦସ୍ୟ ।  ପୀଡ଼ିତାଙ୍କ ସହିତ ବାପା, ଦାଦା ଓ ପିଉସୀ ବି ସାଙ୍ଗରେ ଯାଇଛନ୍ତି।  ଦିଲ୍ଲୀ ଏମସ ପହଞ୍ଚିବା ଯାଏ ଚିକିତ୍ସା ଜାରି ରଖିବା ପାଇଁ ଡାକ୍ତର ଟିମ୍ ମଧ୍ୟ ରହିଛନ୍ତି। 

ଭିଓ- ସମୟ ଅପରାହ୍ନ ୪ଟା ୧୫ । ଏ ଦୃଶ୍ୟ ହେଉଛି ଦିଲ୍ଲୀ ଏମ୍ସ ସମ୍ମୁଖରେ। ସେଠାରେ ମଧ୍ୟ ସ୍ବତନ୍ତ୍ର ଆମ୍ବୁଲାନ୍ସ ଦିଲ୍ଲୀ ଏମସରେ ପହଞ୍ଚିଥିଲା। ଆଗୁଆ ଆୟୋଜନ ହୋଇଥିଲା।  ପୀଡ଼ିତାଙ୍କ   ଦିଲ୍ଲୀ ଏମରେ ଭର୍ତ୍ତି କରାଯାଇଥିଲା। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଛନ୍ତି। ରାଜ୍ୟ ସରକାର ପିଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାର କାର୍ପଟଦାର କିଏ ତାହାର ତନାଘନା ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.