ED କଷ୍ଟୁଡିରେ ତାମିଲନାଡୁର ଶକ୍ତିମନ୍ତ୍ରୀ, ଗିରଫ ବେଳେ କାନ୍ଦିଲେ: ଛାତିରେ ଯନ୍ତ୍ରଣା ହେତୁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | June 14, 2023 IST

ଚେନ୍ନାଇ ୧୪/୦୬: ED କଷ୍ଟୁଡିରେ ତାମିଲନାଡୁର ଶକ୍ତିମନ୍ତ୍ରୀ । ‘ମନି ଲଣ୍ଡ୍ରିଂ ’ ମାମଲାରେ ତାମିଲନାଡୁର ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍ ବାଲାଜୀଙ୍କୁ ଗିରଫ କରିଛି ‘ପ୍ରବର୍ତ୍ତନ ନିର୍ଦେଶାଳୟ’।

wp:html /wp:html

ମଙ୍ଗଳଭାର ଦିନସାରା ବାଲାଜୀଙ୍କ ଘରେ ଚଢ଼ଉ କରିବା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି । ‘ଡିଏମ୍ କେ’ ନେତା ଭି. ସେନ୍ଥିଲ୍ ବାଲାଜୀଙ୍କୁ ଜେରା କରିବା ପାଇଁ ହାଜତକୁ ନେବା ବେଳେ ସେ କାନ୍ଦି ପକାଇଥିଲେ । ଛାତିରେ ଯନ୍ତ୍ରଣା ହେଉଛି କହିବାରୁ ରାତାରାତି ତାଙ୍କୁ ଚେନ୍ନାଇସ୍ଥିତ ଓମାନ୍ଦୁରାର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କୁ ‘ଇଣ୍ଟେନ୍ ସିଭ୍ କେୟାର୍ ୟୁନିଟ୍ ’ରେ ଭର୍ତ୍ତି କରାଯାଇଛି ।

ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ସେ କାର୍ ଭିତରେ ଶୋଇ ଯନ୍ତ୍ରଣାରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସମର୍ଥକମାନେ ପ୍ରତିବାଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.