ବାହାନଗା ଟ୍ରେନ୍ ଟ୍ରାଜେଡି; ଗାଁକୁ ଫେରିଲେ ଶେଷ ଗୁରୁତର ବଜରଙ୍ଗୀ ଠାକୁର

Published By : Prameya-News7 Bureau | November 09, 2023 IST

କଟକ 09/11 : ବାହାନଗା ରେଳ ଦୁର୍ଘଟଣା କଥା କିଏ ବା ଭୁଲି ପାରିବ। ଏକ ବଡ଼ ଟ୍ରେନ୍ ଟ୍ରାଜେଡି। ଏହି ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ଶେଷ ଆହତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ବିହାର ରାଜ୍ୟର ବଜରଙ୍ଗୀ ଠାକୁର। ତାଙ୍କ ବାମ ଗୋଡ କଟି ଯାଇଥିବା ବେଳେ ତାଙ୍କର ନକଲି ଗୋଡ ଲଗାଯାଇଛି। ପାଞ୍ଚ ମାସ ପରେ ସେ ଘରକୁ ଫେରୁଥିବାରୁ ସମସ୍ତେ ବେଶ୍ ଖୁସ୍।

୨୦୨୩ ମସିହା ଜୁନ ମାସ ୨ ତାରିଖ ସନ୍ଧ୍ୟା ୬.୪୫  ସାରା ଭାରତ ପାଇଁ ଥିଲା ଏକ କାଳର ମୁହୂର୍ତ୍ତ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ। ହଜାରରୁ ଉର୍ଦ୍ଧ୍ୱ ଲୋକେ ଆହତ ହୋଇଥିଲେ। ଆହତ ମାନଙ୍କ ମଧ୍ୟରୁ ଗୁରୁତରମାନଙ୍କୁ ଏସ ସି ବି ମେଡ଼ିକାଲ କଲେଜରେ ଭର୍ତି କରାଯାଇଥିଲା। ସେହି ଗୁରୁତ୍ତର ମାନଙ୍କ ମଧ୍ୟରୁ ଜଣେ ଥିଲେ ବିହାରର ବଜରଙ୍ଗୀ ଠାକୁର। ସେ ଯଶବନ୍ତ ପୁର ହାଓରା ଏକ୍ସପ୍ରେସରେ ନିଜର କର୍ମକ୍ଷେତ୍ର ବାଙ୍ଗାଲୋରରୁ ନିଜ ଘର ବିହାର ଯାଉଥିଲେ। ଏହି ସମୟରେ ରେଳ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତାଙ୍କର ବାମ ଗୋଡଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ତାଙ୍କୁ ଅତି ଗୁରୁତ୍ତର ଅବସ୍ଥାରେ ଏସ ସି ବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ କରାଯାଇଥିଲା। ଗୋଡଟିକୁ କଟାଯାଇ ଏକ କୃତ୍ରିମ ଗୋଡ ଲଗାଯାଇଛି। ଦୀର୍ଘ ପାଞ୍ଚମାସ ଧରି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଆଜି ଶେଷରେ ବଜରଙ୍ଗୀ ଘରକୁ ଫେରିଛନ୍ତି। ଏନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି ବଜରଙ୍ଗୀ।

wp:html /wp:html

ଅନ୍ୟପଟେ ବିଭିନ୍ନ ସମୟରେ କଟା ହାତ ଓ ଗୋଡ ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏସ ସି ବି ମେଡ଼ିକାଲ ମଧ୍ୟ ବଜରଙ୍ଗୀଙ୍କ କ୍ଷେତ୍ରରେ ସମାନ ଭାବରେ ଚିକିତ୍ସା କରିଥିଲା। ଅନେକ ଚ୍ୟାଲେଞ୍ଜ ସତ୍ତ୍ୱେ ଡାକ୍ତରୀ ଦଳ ସୁଚାରୁରୂପେ କୃତ୍ରିମ ଅଙ୍ଗକୁ ଲଗାଇ ପାରିଛନ୍ତି। ସେ ଏବେ ଅନ୍ୟ ସମସ୍ତ କାର୍ଯ୍ୟ କରି ପାରିବେ ବୋଲି କହିଛନ୍ତି ବରିଷ୍ଠ ଡାକ୍ତରୀ ଦଳ। ସେହିଭଳି ଘରକୁ ଫେରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଥିବା କଥା କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ।

Also Read- ନଭେମ୍ବରରେ ଲଘୁଚାପ; ୧୬ ତାରିଖ ବେଳକୁ ପ୍ରବଳ ବର୍ଷା

ଅନେକ ଆଶା ଓ ସ୍ବପ୍ନ ଦେଖିଥିବା ଏହି ୨୦ ବର୍ଷୀୟ ଯୁବକ ବଜରଙ୍ଗୀଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଓ ନିଜର ପରିବାରର ସହାୟ ହୁଅନ୍ତୁ ଏତିକି କାମନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.