WFIର ମାନ୍ୟତା ରଦ୍ଦ ହେବା ପରେ ବଜରଙ୍ଗ ପୁନିଆ କହିଲେ- ଗ୍ରହଣ କରିବିନି ପଦ୍ମଶ୍ରୀ, ଯେ ପର୍ଯ୍ୟନ୍ତ...

Published By : Prameya-News7 Bureau | December 24, 2023 IST

ନୂଆଦିଲ୍ଲୀ: ଖେଳାଳିଙ୍କ ବିରୋଧର ପ୍ରଭାବ ପଡ଼ିଲା। ଆଉ ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ମାନ୍ୟତା ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଏହା ପରେ ବି ରବିବାର ପହିଲମାନ ବଜରଙ୍ଗ ପୁନିଆ କହିଛନ୍ତି ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି  ସେ ପର୍ଯ୍ୟନ୍ତ ସେ ପଦ୍ମଶ୍ରୀ ପୁରସ୍କାର ପୁନର୍ବାର ଗ୍ରହଣ କରିବେ ନାହିଁ। ପିଟିଆଇ ଅନୁଯାୟୀ, ବଜରଙ୍ଗ ପୁନିଆ କହିଛନ୍ତି ମୁଁ ପଦ୍ମଶ୍ରୀ ପୁରସ୍କାର ପୁନର୍ବାର ଗ୍ରହଣ କରିବି ନାହିଁ। ନ୍ୟାୟ ମିଳିବା ପରେ  ମୁଁ ଏ ବିଷୟରେ ଚିନ୍ତା କରିବି। କୌଣସି ବି ପୁରସ୍କାର ଆମ ଭଉଣୀଙ୍କ ସମ୍ମାନଠୁ ବଡ଼ ନୁହେଁ। ଆମ ସମସ୍ତଙ୍କୁ ପ୍ରଥମେ ନ୍ୟାୟ ମିଳିବା ଉଚିତ୍।

wp:heading {"level":4}

Also read- ୟୁପି-ବିହାରର ଲୋକ ତାମିଲନାଡୁରେ ଟଏଲେଟ୍ ସଫା କରନ୍ତି, ଡିଏମ୍‌କେ ନେତାଙ୍କ ବିବାଦୀୟ ବୟାନ; ନୀତୀଶଙ୍କୁ ଘେରିଲା ବିଜେପି

/wp:heading

ବଜରଙ୍ଗ ପୁନିଆ ବ୍ରିଜଭୂଷଣ ଶରଣ ସିଂଙ୍କ ଘନିଷ୍ଠ ସଞ୍ଜୟ ସିଂଙ୍କ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ପ୍ରତିବାଦ କରି ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ।  ସେ ଡିସେମ୍ବର ୨୨ରେ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିଜର ପ୍ରତିବାଦ ପତ୍ର ଦେବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ କର୍ମୀ ତାଙ୍କୁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅଟକାଇ ଦେଇଥିଲେ। ଏହା ପରେ ବଜରଙ୍ଗ ନିଜର ପଦ୍ମଶ୍ରୀ ପଦକ ରାସ୍ତା ଉପରେ ପତ୍ର ଉପରେ ରଖି ଦେଇଥିଲେ।

ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ନିଜର ଏକ୍ସ ହ୍ୟାଣ୍ଡେଲରେ ଲେଖିଥିଲେ, ମୁଁ ନିଜର ପଦ୍ମଶ୍ରୀ ସମ୍ମାନ ପ୍ରଧାନମନ୍ତ୍ରୀଙ୍କୁ ଫେରାଇ ଦେଉଛି। ଯେ ପର୍ଯ୍ୟନ୍ତ ରେସଲରମାନଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ପଦ୍ମଶ୍ରୀ ଗ୍ରହଣ କରିବି ନାହିଁ।

wp:heading {"level":4}

Also read- ‘ମାତ୍ର ୬୦୦ ଟଙ୍କା ଦେଇ ନେଇଗଲେ ୩୦ ଏକର ଜମି’: ଗାନ୍ଧୀ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

/wp:heading

ଏହା ପୂର୍ବରୁ ବ୍ରିଜଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସିଂ ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ  ହେବା ପରେ ସାକ୍ଷୀ ମଲିକ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଥିଲେ।  ସାକ୍ଷୀ ମଲିକ ଓ ଅନେକ ମହିଳା ପହିଲମାନ ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ପରି ସଙ୍ଗୀନ ଅଭିଯୋଗ ଲଗାଇଥିଲେ। ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ନେଇ ପହିଲମାନମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.