ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବଜରଙ୍ଗ ପୁନିଆଙ୍କୁ ମନେ ପଡିଲେ ଜେଲ୍‌ରେ ବନ୍ଦୀ ସୁଶୀଲ କୁମାର, କହିଲେ- ସେ ଏବେ ମଧ୍ୟ ଭାରତର…

27/08/2021 at 9:07 PM

ନୂଆଦିଲ୍ଲୀ ୨୭।୦୮: ଟୋକିଓ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଜେଲ୍‌ରେ ବନ୍ଦୀ ଭାରତୀୟ ପହିଲମାନ ସୁଶୀଲ କୁମାରଙ୍କ କଥା ମନେ ପଡିଛି। ବଜରଙ୍ଗ କହିଛନ୍ତି, ସେ ଏବେ ମଧ୍ୟ ସୁଶୀଲ କୁମାରଙ୍କୁ କୁସ୍ତିରେ ଦେଶର ସର୍ବଶ୍ରେଷ୍ଠ ଖେଳାଳି ମାନନ୍ତି। ଏହା ପଛର କାରଣ  ବିଷୟରେ ପୁନିଆ କହିଛନ୍ତି, ସୁଶୀଲ ଅଲିମ୍ପିକ୍ସରେ ପଦକର ୫୬ ବର୍ଷ ଅପେକ୍ଷାର ଅନ୍ତ ଘଟାଇଥିଲେ।

ବଜରଙ୍ଗ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଏହି କଥା କହିଛନ୍ତି। ସେ କହିଛନ୍ତି, ମୁଁ ଭାରତରେ ସୁଶୀଲ କୁମାରଙ୍କଠୁ ଆଉ କାହାକୁ ଉନ୍ନତ ପହିଲମାନ ମାନେ ନାହିଁ। ସେ ୨୦୦୮ରେ ଅଲିମ୍ପିକ୍ସ ପଦକ ଜିତି କୁସ୍ତିକୁ  ଜୀବିତ କରିଥିଲେ ଏବଂ ସେହି ପଦକ ୫୬ ବର୍ଷ ପରେ ଆସିଥିଲା। ଉଲ୍ଲେଖଯୋଗ୍ୟ, ସୁଶୀଲ କୁମାର ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ଏହାର ଚାରି ବର୍ଷ ପରେ ଲଣ୍ଡନ ଅଲିମ୍ପିକ୍ସରେ ନିଜର ପ୍ରଦର୍ଶନରେ ସୁଧାର କରି ରୌପ୍ୟ ପଦକ ଜିତିଥିଲେ।

ସୁଶୀଲ କୁମାର ସଂପ୍ରତି ଜେଲ୍‌ରେ। ରାଜଧାନୀ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଜଣେ ପୂର୍ବତନ ଜୁନିୟର ଜାତୀୟ କୁସ୍ତି ଚାମ୍ପିଅନ ଖେଳାଳିଙ୍କ ହତ୍ୟା ମାମଲାରେ ଗିରଫ କରିଛି। ପୋଲିସ ତାଙ୍କ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ  କରି ସାରିଛି। ଯେବେ ବଜରଙ୍ଗ ପୁନିଆଙ୍କୁ ସୁଶୀଲଙ୍କ ହତ୍ୟା ମାମଲା ବିଷୟରେ ପଚରାଗଲା , ସେ କହିଥିଲେ ଯେ, ମୁଁ କେବଳ ତାଙ୍କର ଖେଳ କ୍ୟାରିୟର ବିଷୟରେ କଥା କହୁଥିଲି।

   Related Posts