ସେମିଫାଇନାଲ୍‌ରେ ନିରାଶ କଲେ ବଜରଙ୍ଗ ପୁନିଆ, ବ୍ରୋଞ୍ଜ ପାଇଁ ଲଢ଼ିବେ

Published By : Prameya-News7 Bureau | August 06, 2021 IST

ଟୋକିଓ ୬/୦୮: ପହିଲିମାନ ବଜରଙ୍ଗ ପୁନିଆ ସେମିଫାଇାନଲରେ ଭାରତକୁ ନିରାଶ କରିଛନ୍ତି। ଏହା ସତ୍ବେ ମେଡାଲ ଆଶା କାଏମ ରହିଛି। ଏବେ ସେ ରେପଚେଜ୍‌କୁ ଓହ୍ଲାଇବେ । ବଜରଙ୍ଗ ୬୫ କେଜି ବର୍ଗରେ ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍‌ ମେଡାଲିଷ୍ଟ ଏବଂ ୩ ଥର ବିଶ୍ବ ଚାମ୍ପିୟନ୍‌ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଛନ୍ତି।

ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବଜରଙ୍ଗ ପ୍ରୋ ରେସଲିଂ ଲିଗ୍‌ରେ ଆଲିୟେଭଙ୍କୁ ହରାଇଥିଲେ । ଭାରତକୁ ଏବେ ଯାଏଁ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ସିଲଭର ଏବଂ ୩ ବ୍ରୋଞ୍ଜ ମିଳିଛି ।

ଆଜିର ମୁକାବିଲାରେ ବଜରଙ୍ଗ ଭଲ ଆରମ୍ଭ କରିଥିଲେ। ଏହା ସହ ସେ ପ୍ରଥମେ ୧-୦ରେ ଆଗୁଆ ଥିଲେ। କିନ୍ତୁ ଆଲିୟେଭ୍‌ ପରେ ପରେ ୨-୧ରେ ଆଗୁଆ ହୋଇଥିଲେ। ପୁଣି ୪-୧ରେ ଆଗୁଆ ହୋଇଥିଲେ ଆଲିୟେଭ୍‌।

ପ୍ରଥମ ତିନି ମିନିଟ୍‌ ଯାଏଁ ଏହି ସ୍କୋର ଥିଲା। ଅନ୍ତିମ ୩ ମିନିଟ୍‌ରେ ଦୁଇ ଜଣଙ୍କ ମଧ୍ୟରେ ଭଲ ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ଆଲିୟେଭ୍‌ ୧୨-୫ରେ ବିଜୟୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.