ବଜ୍ରାଘାତରେ ମୃତ୍ୟୁ, ବିଲରେ କାମ କରୁଥିବାବେଳେ ମାରିଲା ଚଡକ
19/08/2022 at 2:12 PM

ସାଲେପୁର ୧୯/୦୮: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ ପଂଚାୟତ ବାଲିପଡ଼ାରେ ବଜ୍ରାଘାତରେ ଜଣେ ମୃତ । ଏହାସହ ଏଥିରେ ୩ ଗୁରୁତର ହୋଇଛନ୍ତି । ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଏମାନେ ସମସ୍ତେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି । ବିଲରେ କାମ କରୁଥିବା ସମୟରେ ଘଡଘଡି ମାରିଥିଲା ।
ମୃତକ ଜଣଙ୍କ ହେଉଛନ୍ତି ୧୬ ବର୍ଷୀୟ ସୁରେଶ ଜେନା । ଘଡଘଡି ମାରିବା ପରେ ସେ ବିଲରେ ପଡିଯାଇଥିଲେ । ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଟୁକୁନା ଜେନା,ଗୋପାଳ ଜେନା ଓ ହାୱାଡା ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023