ବାଜି ରାଉତ ସେତୁରେ ଦୁର୍ଘଟଣା, ରାସ୍ତାକଡକୁ ଖସିଲା ମହାଦେବ ବସ୍

Published By : Prameya-News7 Bureau | October 05, 2021 IST

ଭୁବନ ୦୫/୧୦:  ବାଜିରାଉତ ସେତୁ ନିକଟରେ ଦୁର୍ଘଟଣା ।:ଭାରସାମ୍ୟ ହରାଇ ପିକ୍ଅପକୁ ଧକ୍କାଦେଇ ରାସ୍ତା ପାର୍ଶ୍ବକୁ ଖସିଲା ମହାଦେବ ବସ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଛକରେ।

ସୂଚନାନୁସାରେ, ଓଆର୦୯ଏନ୪୩୫୧  ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବସଟି ଢେଙ୍କାନାଳରୁ ଆସି ଭୁବନରେ ଯାତ୍ରୀଙ୍କୁ ଓହ୍ଲାଇଥିଲା ।  ଡ୍ରାଇଭର ଜିତେନ୍ଦ୍ର ନିଜ ଘର ଗନ୍ଦିଆଁ ବ୍ଲକ ମନ୍ଦାର ପଞ୍ଚାୟତ ଅନ୍ତର୍ଗତ ଚିତଲପୁର ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ନୀଳକଣ୍ଠପୁର ଛକ ବାଜି ରାଉତ ସେତୁ ନିକଟ ରାସ୍ତା ପାର୍ଶ୍ବରେ ଏକ ପିକଅପକୁ ବସଟି ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ଜିତେନ୍ଦ୍ରଙ୍କୁ  ଗୁରୁତର ଅବସ୍ଥାରେ ଅଞ୍ଚଳବାସୀ ଉଦ୍ଧାର କରିଥିଲେ। ପରେ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ତାଙ୍କର ଡାହାଣ ଗୋଡ ଭାଙ୍ଗିଯାଇଥିବା କାରଣରୁ ଭୁବନ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।  ଘଟଣାସ୍ଥଳରେ  ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.