ଘୁମୁରା ଓ ବଜାଶାଲରେ ଦୁଲୁକିବ ମଞ୍ଚ, ଦୁବାଇ ଅଭିମୁଖେ ଓଡ଼ିଆ କଳାକାର

Published By : Prameya-News7 Bureau | June 29, 2022 IST

କଳାହାଣ୍ଡି ୨୯/୦୬: ରୋମ୍ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତରେ ଅଛନ୍ତି । ଆସନ୍ତା ୨୯ ତାରିଖରେ ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ବଡ଼ ସେକ୍ଟର ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଉପରେ ଫୋକସ ରହିବ ।

ଏହି ଅବସରରେ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନରେ କଳାହାଣ୍ଡି ଜିଲ୍ଲାର ଘୁମୁରା ଓ ବଜାଶାଳ ସେଠାରେ ପରିବେଷଣ ହେବାକୁ ଯାଉଛି । ସୋମବାର କଳାହାଣ୍ଡିର ଅଗ୍ରଣୀ ମହାବୀର ସାଂସ୍କୃତିକ ଅନୁଷ୍ଠାନର ୯ ଜଣ ପିଲା ଓ ୪ ଜଣ ଝିଅ ୧୩ ଜଣିଆ ଟିମ୍ ପ୍ରଦୀପ ସିଂହଙ୍କ ନେତୃତ୍ୱରେ ସୋମବାର ଦୁବାଇ ପାଇଁ ବାହାରିଛନ୍ତି ।

ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହ ଘୁମୁରା ଓ ବଜାଶାଳ ସଂପର୍କରେ ସୂଚନା ଦେଇଥିଲେ । ଏତିହ୍ୟ ସଂପନ୍ନ ମାଣିକେଶ୍ୱରୀ ମାଟି କଳାହାଣ୍ଡିର ଘୁମୁରା ଦୁବାଇରେ କଳାହାଣ୍ଡିର ସଂସ୍କୃତିର ଝଲକ ଦେଖାଇବ ସହ ବଜାଶାଳ ଦୁବାଇକୁ ଦୁଲକାଇବ ବୋଲି ଅନୁଷ୍ଠାନର ସଂପାଦକ ସତ୍ୟ ସିଂହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.