ଦେଶର ଗୌରବଙ୍କ ସହ ହେଉଛି ଖରାପ୍ ବ୍ୟବହାର, 'ଯଦି ଆମର ସମ୍ମାନ ନାହିଁ ତାହେଲେ ଆମର ମେଡାଲ ଫେରାଇ ନିଅ'

Published By : Prameya-News7 Bureau | May 04, 2023 IST

ନୂଆଦିଲ୍ଲୀ ୦୪/୦୫: ଦିନକୁ ଦିନ ଜଟିଳ ହେବାରେ ଲାଗିଛି କୁସ୍ତି ସଂଘର ଆନ୍ଦୋଳନ । ଏହି ଅସବରରେ ଜନ୍ତରମନ୍ତରରେ ବୁଧବାର ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଧାରଣାରତ କୁସ୍ତି ଯୋଦ୍ଧାଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇପଡିଥିଲା ।

wp:html /wp:html

ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ଷ୍ଟାର ରେସଲର ବଜରଙ୍ଗ ପୁନିଆ । ସେ କହିଛନ୍ତି ଆମ ସହ ଖରାପ ବ୍ୟବହାର କରାଯାଉଛି । ଯଦି ଆମେ ଦେଶ ପାଇଁ ଗୌରବ ଆଣିବା ପରେ ବି ଆମକୁ ସମ୍ମାନ ମିଳୁନି । ତେବେ ଦରକାର ନାହିଁ ସେ ଲୋକ ଦେଖାଣିଆ ସମ୍ମାନ । ଫେରାଇ ନିଅ ଆମେ ହାସଲ କରିଥିବା ମେଡାଲ୍ । ଏପରି ସମ୍ମାନକୁ ପାଖରେ ରଖି ମୁଁ ଗର୍ବୀତ ହେବାକୁ ଚାହୁଁନି । ଏ ଦେଶରେ ଆଇନ ଶୃଙ୍ଖଳା ଠିକ୍ ଥିବା ପରି ମନେହେଉନି ।

ସୂଚନା ଥାଉକି, ବୁଧବାର ରାତିରେ ପୋଲିସ୍‌-କୁସ୍ତି ଯୋଦ୍ଧାଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ପୋଲିସ ସେମାନଙ୍କୁ ବାଡ଼େଇବାକୁ ପଛାଇନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବର୍ଷା ଯୋଗୁ ଧାରଣାସ୍ଥଳ ଓଦା ହୋଇ ଯାଇଥିବାରୁ ଆପ୍‌ ବିଧାୟକ ସୋମନାଥ ଭାରତୀ ଆମ ପାଇଁ ଫୋଲ୍ଡିଂ ବେଡ୍‌ ଆଣି ଦେଇଥିଲେ ।

ଏହାକୁ ଦେଖିବା ପରେ ପୋଲିସ୍‌ ଆମକୁ ଆଖିବୁଜା ପିଟିଥିବା ବେଳେ ସୋମନାଥ ଭାରତୀଙ୍କୁ ବି ଉଠାଇ ନେଇଛି । ହେଲେ ଯିଏ ପ୍ରକୃତ ଅଭିଯୁକ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ସେପଟେ ରେସଲରଙ୍କ ସମସ୍ତ ଅଭିଯୋଗକୁ ଦିଲ୍ଲୀ ପୋଲିସ୍‌ ଖଣ୍ଡନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.