ବଜାରକୁ ଆସିଲା Pulsar-150ର ବିଏସ୍-୬ ମଡେଲ, ଜାଣନ୍ତୁ ମୂଲ୍ୟ କେତେ
13/02/2020 at 6:04 PM

ନୂଆଦିଲ୍ଲୀ ୧୩।୨: ବଜାଜ ଅଟୋ ଲିମିଟେଡ୍ ନିଜ ଲୋକପ୍ରିୟ ମୋଟର ସାଇକେଲ୍ ‘ପଲସର- ୧୫୦’ର ବିଏସ୍-୬ ମଡେଲ୍ ବାଜରଙ୍କୁ ଓହ୍ଲାଇଛନ୍ତି। ତେବେ ନୂଆ ଇଞ୍ଜିନରେ ପଲସରର ମୂଲ୍ୟ ଏବେ ପୂର୍ବାପେକ୍ଷା ଅଧିକ ହୋଇଛି। ଏହି ବାଇକର ଏକ୍ସ-ଶୋରୁମ୍ ଦାମ୍ ଏବେ ୯୪,୯୫୬ ଟଙ୍କାରୁ ଆରମ୍ଭ ହେଉଥିାବା ଜଣାପଡିଛି ।

ଏ ନେଇ ଏକ ବିବୃତ୍ତିରେ ବଜାଜ୍ ଅଟୋ ଏହି ମଡେଲର ୨ଟି ସଂସ୍କରଣ ଆଣିଥିବାର ସୂଚନା ଦେଇଛନ୍ତି। ଏଥିରେ ଗୋଟିଏ ପଲସର୍-୧୫୦ ଓ ଅନ୍ୟଟି ପଲସର୍-୧୫୦ (ଟ୍ୱିନ୍ ଡିସ୍କ) ବୋଲି କହିଛନ୍ତି। ପଲସର୍ ୧୫୦ ଦାମ୍ ୯୪,୯୫୬ ଟଙ୍କା ଯାଇଛି । ପଲସର୍ ୧୫୦ ଟ୍ୱିନ୍ ଡିସ୍କର ଦାମ୍ ୯୮,୮୩୫ ଟଙ୍କା ରହିଛି ।

ପୂର୍ବ ବିଏସ୍-୪ ମଡେଲ୍ ତୁଳନାରେ ବିଏସ୍-୬ ମଡଲେ ୮,୯୯୮ ଟଙ୍କା ମହଙ୍ଗା ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଏହି ଅବସରରେ ବଜାଜ୍ ଅଟୋର ଅଧ୍ୟକ୍ଷ(ମୋଟରସାଇକେଲ୍) ସାରଙ୍ଗ କଣାଡେ ‘ଏହି ମଡେଲ ସହିତ ଉତ୍ପାଦନର ନୂଆ ଉତ୍ସର୍ଜନ ମାନଙ୍କର ଅନୁକୂଳ ଲାଗି ଏବେ ପ୍ରକ୍ରିୟା ଜାରି ରହିଥିବା ସୂଚିତ କରିଛନ୍ତି।