ବଜାରକୁ ଆସିଗଲା ବଜାଜର ବହୁ ପ୍ରତିକ୍ଷୀତ ପଲସର୍ ୧୨୫ ସ୍ପ୍ଲିଟ୍ ସିଟ୍ ବାଇକ୍, ଦାମ୍ ଏତେ କମ୍ ଯେ ଜାଣିଲେ ଚମକି ପଡିବେ…
18/06/2020 at 5:49 PM

ନୂଆଦିଲ୍ଲୀ, ୧୮|୦୬: ବଜାଜ ଅଟୋ ସବୁଠାରୁ ଶସ୍ତା ପଲସର୍ ୧୨୫ର ନୂଆ ସ୍ପ୍ଲିଟ୍ ସିଟ୍ ଭାରିଏଣ୍ଟ୍ ଲଞ୍ଚ୍ କରିଛି । ଏହି ନୂଆ ବାଇକରେ ଫ୍ରଣ୍ଟ ଡିସ୍କ ବ୍ରେକ୍ ଷ୍ଟାଣ୍ଡାର୍ଡ ଦିଆଯାଇଛି । ପଲସର୍ ହେଉଛି ବଜାଜର ସବୁଠାରୁ ଲୋକପ୍ରିୟ ବାଇକ୍ । ଏହି ବାଇକ୍ ଯୁବପୀଢିଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଅଟେ ।
ସିଙ୍ଗିଲ୍ ସିଟ୍ ବିଶିଷ୍ଟ ପଲସର୍ ୧୨୫ ଡିସ୍କବ୍ରେକ ତୁଳନାରେ ଡିସ୍କ ବ୍ରେକ୍ ଭାରିଏଣ୍ଟର ଦାମ ୩୫୯୭ ଟଙ୍କା ଓ ଡ୍ରମ୍ ବ୍ରେକ୍ ତୁଳନାରେ ୮୦୯୬ ଟଙ୍କା ଅଧିକ । ଏହି ନୂଆ ବାଇକ୍ର ଏକ୍ସ-ସୋରୁମ୍ ଦାମ୍ ୭୯୦୯୧ ଟଙ୍କା ।
ଷ୍ଟାଣ୍ଡାର୍ଡ ପଲସର୍ ୧୨୫ ସିସି ମୁକାବିଲାରେ ନୂଆ ସ୍ପ୍ଲିଟ୍ ସିଟ୍ ଭାରିଏଣ୍ଟରେ ନୂଆ ଫିଚର୍ ପ୍ରଦାନ କରାଯାଇଛି । ଏଥିରେ ସ୍ପ୍ଲିଟ୍ ସିଟ୍, ସ୍ପ୍ଲିଟ୍ ଗ୍ରାବ୍ ରେଲସ୍, ସ୍ପୋର୍ଟି ହ୍ୱିଲି ପ୍ୟାନ୍ ପ୍ରଦାନ କରାଯାଇଛି । ଏହା ନୂଆ ପଲସରକୁ ଭିନ୍ନ ଲୁକ୍ ଦେଇଥାଏ । ନୂଆ ପଲସର୍ ୧୨୫ ସ୍ପ୍ଲିଟ୍ ସିଟ୍ ତିନୋଟି କଲରରେ ବଜାରରେ ଉପଲବ୍ଘ । ବ୍ଲାକ୍ ରେଡ୍, ବ୍ଲାକ୍ ସିଲଭର ଓ ମେଟ୍ ବ୍ଲାକରେ ଏହି ବାଇକ ବଜାରରେ ଉପଲବ୍ଧ ହେଉଛି ।

ଏହି ବାଇକରେ ଟ୍ୱିନ୍ ପାଇଲଟ୍ ଲ୍ୟାମ୍ପ୍, ଇନଫିନିଟି ଟ୍ୱିନ୍ ଷ୍ଟ୍ରିପ୍ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଫୁଏଲ ଟ୍ୟାଙ୍କ୍ ଓ ରିୟର କାଉଲରେ ୩ଡି ଲୋଗୋ ରହିଛି । ବାଇକ୍ରେ କ୍ଲିପ୍ ଅନ୍ ହାଣ୍ଡେଲବାର୍ ରହିଛି । ବ୍ଲାକ୍ ଆଲୟ ହ୍ୱିଲ୍ ସହ ବାଇକ୍ ଆଧାରରେ ନିୟନ ହାଇଲାଇଟସ୍ ଦିଆଯାଇଛି ।
ପାଓ୍ୱାରକୁ ଦେଖିଲେ ଏଥିରେ ୧୨୫ ସିସି ବିଏସ-୬ ଇଞ୍ଜିନ ରହିଛି । ଏହାସହ ୧୧.୬ ବିଏଚପିର ପାଓ୍ୱାର ଥିବା ବେଳେ ମାକ୍ସିମମ୍ ଟର୍କ ରହିଛି ୧୦.୮ ଏମଏମ । ଏଥିରେ ୫ ସ୍ପିଡ୍ ଗିଅରବକ୍ସ ଦିଆଯାଇଛି । ଫ୍ରଣ୍ଟରେ ୨୪୦ ଏମଏମର ଡିସ୍କ ବ୍ରେକ୍ ଥିବା ବେଳେ ରିଅରର୍ ୧୩୦ ଏମଏମର ଡ୍ରମ୍ ବ୍ରେକ୍ ରହିଛି ।