vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ବଜାଜ୍ ଲଞ୍ଚ କଲା Platina 100 ESର ନୂଆ ଆକର୍ଷଣୀୟ ମଡେଲର ବାଇକ୍ : ଜାଣନ୍ତୁ ଏହାର ମୂଲ୍ୟ ଏବଂ ଫିଚର୍

19/08/2020 at 2:00 PM

ନୂଆଦିଲ୍ଲୀ ୧୯।୦୮: ବଜାରକୁ ଆସିଲା ଆଉ ଏକ ଦମ୍‌ଦାର ବାଇକ । ବଜାଜର Platina 100 ESର ନୂଆ ସଂସ୍କରଣ ଏବେ ବଜାରରେ ପ୍ରବେଶ କରିଛି । ଯାହାର ମୂଲ୍ୟ କମ୍ପାନୀ ତରଫରୁ ଘୋଷଣା କରାଯାଇଛି । ଇଲେକ୍ଟ୍ରିକ୍‌ ଷ୍ଟାର୍ଟ ସହିତ ପ୍ଲାଣ୍ଟିନା ୧୦୦ର ଦିଲ୍ଲୀରେ ଏକ୍ସ-ସୋରୁମ୍‌ ଦାମ୍‌ ରହିଛି ୬୦,୬୯୮ଟଙ୍କା ରହିଛି । ଏହି ବାଇକ୍‌ଟି ୧୦୦ ESର ଫ୍ରଣ୍ଟ ଡ୍ରମ୍ ବ୍ରେକ୍ ମଡେଲ୍ ତୁଳନାରେ ପ୍ରାୟ ୨୨୦୦ ଟଙ୍କା ଅଧିକ ମହଙ୍ଗା ରହିଛି ।

ଦିଲ୍ଲୀର ଏକ୍ସ-ସୋ’ରୁମରେ ବଜାଜ ପ୍ଲାଟିନାର ବେସ ମଡେଲ ୧୦୦ର KS (କିକ ଷ୍ଟାର୍ଟ ଆଲୋୟେ) ର ମୂଲ୍ୟ ୫୦,୪୬୪ ଟଙ୍କା ରହିଛି। ତେବେ ଏହି ବାଇକ୍ LED DRL, ଟ୍ୟାଙ୍କ ପ୍ୟାଡ୍ ଭଳି ଅନେକ ଫିଚର ରହିଛି । ସେହିପରି ଏହି ବାଇକ୍‌ରେ ଚଉଡା ରବର ଫୁଟପ୍ୟାଡ୍ ଏବଂ ଲମ୍ବା ସିଟ୍ ମଧ୍ୟ ରହିଛି । ଯାହା ଦ୍ବାରା ଗାଡିରେ ବସିବାକୁ ଆରାମ ଲାଗିବ ।  

ବଜାଜ ପକ୍ଷରୁ କୁହାଯାଇଛି ଯେ,  ୨୪୦ ମିମି ଫ୍ରଣ୍ଟ ଡିସ୍କ ଏହି ୧୦୦cc ବାଇକର ବ୍ରେକିଂ କାର୍ଯ୍ୟଦକ୍ଷତାକୁ ଆହୁରି  ଉନ୍ନତମାନର କରିବ । ଅନ୍ୟ ପ୍ରକାରରେ ଏଥିରେ ୧୩୦ ମିମି ୟୁନିଟ୍ ଦିଆଯାଇଛି । ଏହା ବ୍ୟତୀତ ୧୧୦ ମିମି ରିୟର ଡ୍ରମ୍ ବ୍ରେକ୍ ଷ୍ଟାଟାର୍ଡ ରହିଛି । ଉଭୟ ବ୍ରେକ୍ ASB କିମ୍ବା CBS ସହିତ ସଂଯୁକ୍ତ ରହିଛି । ବାଇକର 102cc, DTS-i, ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ 7.9hp ଶକ୍ତି ଏବଂ 8.3Nm ଟର୍କ ଉତ୍ପାଦନ କରିଥାଏ ।

କମ୍ପାନୀ ଅନୁଯାୟୀ ଏହି ବାଇକର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ଅଟେ। ତେବେ ଡିସ୍କ ବ୍ରେକ୍  ଥିବା ଗାଡିର ଓଜନ ୧୧୯ କିଲୋଗ୍ରାମ ଅଟେ । ସେହିପରି ଫ୍ରଣ୍ଟ ଡ୍ରମ୍ ବ୍ରେକ୍ ଥିବା ଗାଡିର ଓଜନ ୧୧୭.୫ କିଲୋଗ୍ରାମ ରହିଛି । ବାଇକ୍‌ରେ ୧୧ ଲିଟର ତେଲ ଭର୍ତ୍ତି କରାଯାଇଥିଲା ।  ବାଇକ୍‌ଟି ପ୍ରତି ଲିଟର ପିଛା ୯୦ କିମିର ମାଇଲେଜ୍ ଦେବ ବୋଲି କୁହାଯାଇଛି ।

   Related Posts