ବଜାଜ୍ ଚେତକ, ଦାମ୍ ୧ ଲକ୍ଷ ଟଙ୍କା…ବୁଧବାରଠୁ ବୁକିଂ ଆରମ୍ଭ

Published By : Prameya-News7 Bureau | January 14, 2020 IST

ନୂଆଦିଲ୍ଲୀ ୧୪/୦୧- ବଜାରକୁ ଆସିଲା ବଜାଜ ଚେତକ  । ଏକଦା ସ୍କୁଟର ସେଗମେମ୍ଟରେ ଅପ୍ରତିଦ୍ୱନ୍ଦୀ ଥିବା ବଜାଜ ଚେତକ ପୁଣି ଫେରିଛି । ତେବେ ନୂଆ ଟେକନୋଲୋଜୀ ଏବଂ ନୂଆ ଲୁକ୍‌ରେ ଏହା ମଙ୍ଗଳବାର ବଜାର ପ୍ରବେଶ ଘୋଷଣା କରିଛି । ଇଲେକ୍ଟ୍ରକ୍  ଟୁ  ହ୍ୱିଲର ସେଗମେଣ୍ଟରେ ବଜାରକୁ ଆସିଥିବା ବଜାଜ୍ ଚେତକର ଦାମ ରହିଛି ୧ ଲକ୍ଷ ଟଙ୍କା ( ଦିଲ୍ଲୀରେ ଏକ୍ସ ଶୋ ରୁମ୍ ମୂଲ୍ୟ) । ତେବେ ଡିସ୍ ବ୍ରେକ୍ ଯୁକ୍ତ ବଜାଜ୍ ଚେତକର ଏକ୍ସ ଶୋ ରୁମ୍ ପ୍ରାଇସ୍ ହେଉଛି ୧ ଲକ୍ଷ ୧୫ ହଜାର ଟଙ୍କା ।

{"id":211162,"width":577,"height":360,"sizeSlug":"large"}

 ଆସନ୍ତାକାଲି ଅର୍ଥାତ୍ ବୁଧବାର ଠାରୁ ବଜାଜ୍ ଚେତକ ଇ-ସ୍କୁଟରର ବୁକିଂ ଆରମ୍ଭ ହେବ । ୨୦୦୦ ଟଙ୍କା ଦେଇ କମ୍ପାନୀର ୱେବ ସାଇଟ୍‌ରେ ଏହାକୁ ବୁକିଂ କରିହେବ । ଏହା ସହ ବେଙ୍ଗାଲୁରୁର ୧୩ ଟି  ଏବଂ ପୁନେରେ ଥିବା  ୪ ଟି ଡିଲରସିପ୍ ସେଣ୍ଟରରେ  ଗ୍ରାହକ ବଜାଜ୍ ଚେତକ ବୁକ୍ କରିପାରିବେ । ତେବେ ଆସନ୍ତା ଫେବୃଆରୀ ମାସରେ କମ୍ପାନୀ ଗ୍ରାହକଙ୍କୁ ବଜାଜ ଚେତକ ଯୋଗାଇବା ଆରମ୍ଭ କରିବ ।

{"id":211160,"sizeSlug":"large"}

 ବଜାଜ୍ ଟୁ ହ୍ବିଲର ସେକ୍ଟରରେ  ବହୁ ଲୋକପ୍ରିୟତା ହାସଲ କରିଥିବା ବଜାଜ୍  ଚେତକ ପୁଣି ବଜାରକୁ ଫେରି ଗ୍ରାହକଙ୍କୁ ଜିଣିବାର ଭରସା ରଖିଛି । ପ୍ରାୟ ୧୪ ବର୍ଷ ପରେ ଏହି ସ୍କୁଟରର ଉତ୍ପାଦନ ବନ୍ଦ ହୋଇଯାଇଥିଲା । ତେବେ  ପୁରୁଣା ବଜାଜ୍ ଚେତକ ସହ ନୂଆ ଇ-ବଜାଜ୍ ଚେତକର ଅନେକ ସାମଞ୍ଜସ୍ୟ ରହିଛି । ଏହା ସହ ୬ ଟି ରଙ୍ଗରେ ଏହା ଉପଲବ୍ଧ ଥିବାରୁ ଗ୍ରାହକଙ୍କ ମନଜିଣିବା ଆଶା କରାଯାଉଛି । ଇ ବଜାଜ ଚେତକ ସଂପୂର୍ଣ୍ଣ ଡିଜିଟାଲ କରାଯାଇଛି । ମୋବାଇଲ ଚାର୍ଜ ସହ ଅନ୍ୟାନ୍ୟ ବ୍ୟବସ୍ଥା ବି ରହିଛି । ବ୍ୟାଟେରୀ ଗ୍ୟାରେଣ୍ଟି  ୩ ବର୍ଷ ବା  ୫୦, ୦୦୦ କିଲୋମିଟର ଅତିକ୍ରମ କରିବା ଦରକାର ।ଏହା ସହ  ବଜାଜ୍ ଚେତକ ଇଲେକ୍ଟ୍ରିକାଲ୍ ଇକୋ ମୋଡ୍ରେ ୯୫ କିଲୋମିଟରୁ ବେଶି ଏବଂ ସ୍ପର୍ଟ ମୋଡ୍ରେ ୮୫ କିଲୋମିଟର ଯିବାର କ୍ଷମତା ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.