ମାର୍କେଟକୁ ଆସିବ ବଜାଜ ଡୋମିନାର ୨୫୦, ଟିଜର ରିଲିଜ କଲା କମ୍ପାନୀ

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ, ୦୯|୦୩: ଦେଶର ବୃହତ ବାଇକ ନିର୍ମାତା ବଜାଜ ଅଟୋର ଡୋମିନାର ୪୦୦ ସିରିଜ ଅନେକଙ୍କୁ ଆକୃଷ୍ଟ କରିଛି। ଅନେକ ଯୁବପୀଢି ଏହାକୁ କିଣିଛନ୍ତି ମଧ୍ୟ। ଏହା ଏକ ସଫଳ ବାଇକ ଭାବେ ଭାରତୀୟ ବଜାରରେ ନିଜର ଦବଦବା ଜାହିର କରିଛି। ଏହାକୁ ନଜରରେ ରଖି କମ୍ପାନୀ ଡୋମିନାର ୨୫୦ ଲଞ୍ଚ୍ କରିବାକୁ ଯାଉଛି। କମ୍ପାନୀ ଏକ ଟିଜର ଭିଡିଓ ଜାରି କରି ଏନେଇ ସୂଚନା ଦେଇଛି। ୧୩ ସେକେଣ୍ଡର ଏହି ଭିଡିଓରେ ବାଇକକୁ ଡି୨୫୦ କୁହାଯାଇଛି। ଏହା ଅତିଶୀଘ୍ର ଲଞ୍ଚ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

{"id":235433,"width":755,"height":514,"sizeSlug":"large"}

ଡୋମିନାର ୨୫୦ରେ ନୂଆ ଇଞ୍ଜିନ ମିଳିବ। ତେବେ କମ୍ପାନୀ ପାଖରେ ଏବେ ୨୫୦ ସିସିର ଇଞ୍ଜିନ ନାହିଁ। ଏହା କେଟିଏମ ଡ୍ୟୁକରେ ଦିଆଯାଇଥିବା ୨୫୦ ସିସି ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ଉପରେ ଆଧାରିତ ହେବ। କେଟିଏମର ଏହି ଇଞ୍ଜିନ ପ୍ରାୟ ୩୦ ବିଏଚପି ଓ ୨୪ ଏନଏମର ଟର୍କ ଜେନେରେଟ୍ କରିଥାଏ। ଡୋମିନାର ୨୫୦ରେ ୬ ସ୍ପିଡ୍ ଗିୟର ବକ୍ସ ମିଳିବ।

wp:core-embed/youtube {"url":"https://youtu.be/J4Yrb__Soco","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/J4Yrb__Soco
/wp:core-embed/youtube

ଲୁକ ଉପରେ ନଜର ପକାଇଲେ ଡୋମିନାର ୨୫୦ର ଡିଜାଇନ ଡୋମିନାର ୪୦୦ ଭଳି ହେବ।  ଏଥିରେ ଅପ-ସାଇ-ଡାଉନ ଫ୍ରଣ୍ଟ ପୋକର୍ସ, ରେଗୁଲାର ଆଲୟ ହ୍ୱିଲ, ସ୍ଲିପଟ୍ ସିଟସ, ଏଲଇଡି ଟେଲ୍ ଲ୍ୟାମ୍ପସ୍ ମିଳିବ। ଏଥିରେ ଟ୍ୱିନ୍ ପ୍ୟାଡ୍ ଆଡଜଷ୍ଟ୍ ସିଷ୍ଟମ ମିଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.