କମ୍ ଦାମ୍‌ରେ ଲଞ୍ଚ ହେଲା ବଜାଜ ପଲ୍‌ସର୍‌ର ଦୁଇଟି ନୂଆ ମଡେଲ୍‌, ଜାଣନ୍ତୁ କଣ ରହିଛି ଫିଚର୍‌ ଏବଂ କେତେ ଦାମ୍‌

Published By : Prameya-News7 Bureau | October 28, 2021 IST

ନୂଆଦିଲ୍ଲୀ, ୨୮/୧୦: ବଜାଜ୍‌ ଅଟୋର ସବୁଠାରୁ ଅଧିକ ଲୋକପ୍ରିୟ ବାଇକ୍‌ ପଲସର୍‌ର ଦୁଇଟି ନୂଆ ମଡେଲ୍‌ ଆଜି ବଜାରରେ ଲଞ୍ଚ କରିଛି । ପଲସର N250 ଏବଂ F250 ମଡେଲ୍‌ରେ ଏହା ଉପଲବ୍ଧ ହେବ । ଆଗକୁ ଦୀପାବଳି ଥିବାରୁ ଏହା ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିବ ବୋଲି କମ୍ପାନୀ ଆଶା ରଖିଛି ।

{"id":534696,"sizeSlug":"full","linkDestination":"none"}

ବଜାଜ ଅଟୋ ଏହାର ନୂଆ ପଲ୍‌ସର୍‌ 250ର ଦୁଇ ମଡେଲ୍‌ରେ ସମ୍ପୂର୍ଣ୍ଣ ପୁନଃ ଡିଜାଇନ୍‌ କରିଛି । ସ୍ପୋର୍ଟ୍ସ ବାଇକ୍‌ଙ୍କ ମଧ୍ୟରେ ଏହା ଦମ୍‌ଦାର ପ୍ରଭାବ ରଖିବ । କମ୍ପାନୀ ଏଥିରେ ନୂଆ ଟ୍ୟୁବଲର୍‌ ଫ୍ରେମ୍‌ ଚେସିସ୍‌ ଉପରେ ଉନ୍ନତିକରଣ କରିଛି । ଏହାର ଫ୍ରଣ୍ଟରେ ଟେଲିସ୍କୋପିକ୍‌ ସଂସ୍ପେସନ୍‌ ଫର୍କ ରହିଛି । ଏହା ସହିତ କମ୍ପାନୀ ରିୟରରେ ମୋନୋଶିକ ସଂସ୍ପେସନ୍‌ ୟୁନିଟ୍‌ ରହିଛି ।

{"id":534697,"sizeSlug":"full","linkDestination":"none"}

ବଜାଜ୍‌ 250ରେ କମ୍ପାନୀ DTS-i ୪ ଷ୍ଟ୍ରୋକ୍‌ ଅଏଲ୍‌ କୁଲ୍‌ଡ୍‌ ଇଞ୍ଜିନ୍‌ ଦେଇଛି । ଯାହାକି ବିଏସ୍‌-୬ର ଅନୁରୂପ ।  ଏହା ସର୍ବାଧିକ 24.5 PS ଏବଂ ପିକ୍‌ ଟର୍କ 21.5 Nm ଉତ୍ପାଦନ କରେ । ଏହି ବାଇକ୍‌ରେ କମ୍ପାନୀ 5-ସ୍ପିଡ୍ ଟ୍ରାନ୍ସମିସନ୍ ମୋଡ୍ ଦେଇଛି ଏବଂ ସେମି-ଡିଜିଟାଲ୍ ମିଟର ଦେଇଛି । ଏହା ସହିତ ଟାକୋମିଟର ନିଡିଲ୍‌ ମଧ୍ୟ ରଖିଛି ।

{"id":534698,"sizeSlug":"full","linkDestination":"none"}

କମ୍ପାନୀ ନୂଆ ବଜାଜ ପଲସର 250 ରେ ପ୍ରୋଜେକ୍ଟର ୟୁନିପୋଡ ହେଡଲ୍ୟାମ୍ପ ଦେଇଛି । ଗ୍ରାହକମାନେ ବଜାଜ ପଲସର F250 ରେ ଫ୍ଲୋକିଂ ରିୟର୍ସ ବୁମେରାଙ୍ଗ ଏଲଇଡି DRL ମଧ୍ୟ ପାଇବେ । ଯାହା ରାସ୍ତାରେ ଭଲ ଦୃଶ୍ୟମାନତା ପ୍ରଦାନ କରେ । ଫଳରେ ଚାଳକକୁ ବାଇକକୁ ଭଲ ଭାବରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ଏହା ବ୍ୟତୀତ ଏହି ବାଇକ୍‌ରେ 300 ମିମି ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ 230 ମିମି ରିୟର ଡିସ୍କ ବ୍ରେକ୍ ଦିଆଯାଇଛି ।

{"id":534699,"sizeSlug":"full","linkDestination":"none"}

ବଜାଜ ଅଟୋ ଏହାର ନୂଆ ପଲସର 250 କୁ ଦୁଇଟି ରଙ୍ଗରେ ଲଞ୍ଚ କରିଛି । ଏହାର ଗୋଟିଏ ରଙ୍ଗ ରେସିଙ୍ଗ୍ ରେଡ୍ ଏବଂ ଅନ୍ୟଟି ଟେକ୍ନୋ ଗ୍ରେ ଅଛି ।

{"id":534701,"sizeSlug":"full","linkDestination":"none"}

କମ୍ପାନୀ ନୂଆ ବଜାଜ ପଲସର 250 କୁ ଦେଢ଼ ଲକ୍ଷରୁ କମ୍ ମୂଲ୍ୟର ସେଗମେଣ୍ଟରେ ରଖିଛି। ବଜାଜ ପଲସର N250 ମଡେଲର ଦିଲ୍ଲୀରେ ୧,୩୮,୦୦୦ ଏକ୍ସ-ଶୋ’ରୁମ ଏବଂ ବଜାଜ ପଲସର F250 ପାଇଁ ୧,୪୦,୦୦୦ ହଜାର ଏକ୍ସ-ଶୋ’ରୁମ ମୂଲ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.