ସେୟାର ବାୟବେକର ଘୋଷଣା କଲା ବଜାଜ ଅଟୋ, ୪୬୦୦ ଟଙ୍କା ପ୍ରତି ସେୟାର ହିସାବରେ ୫୪.୩୫ ଲକ୍ଷ ସେୟାର କିଣିବାକୁ ଯୋଜନା

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ: ସୋମବାର ବଜାଜ ଅଟୋ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇ କହିଛି ଯେ, କମ୍ପାନି ସେୟାର ବାୟବେକକୁ ମଞ୍ଜୁରୀ ଦେଇଛି। କମ୍ପାନି ୨୫୦୦ କୋଟି ଟଙ୍କାର ସେୟାର ବଜାରରୁ କିଣିବ । ବଜାଜ ଅଟୋ ୪୬୦୦ ଟଙ୍କା ପ୍ରତି ସେୟାର ହିସାବରେ ୫୪.୩୫ ଲକ୍ଷ ସେୟାର କିଣିବାକୁ ଯୋଜନା କରୁଛି । ବଜାଜ ଅଟୋର ସେୟାର ସୋମବାର ଅପରାହ୍ନ ୩ଟା ସୁଦ୍ଧା ଅଧା ପ୍ରତିଶତ ଉପରେ ୩୮୪୦.୯୦ ଟଙ୍କାରେ କାରବାର କରୁଥିଲା ।

ବାୟବେକ୍ ପାଇଁ କମ୍ପାନି ୪୬୦୦ ଟଙ୍କାର ରେଟ୍ ଧାର୍ଯ୍ୟ କରିଛି । ଦୁଇ ଦଶନ୍ଧିର ଲମ୍ୱା ସମୟ ପରେ କମ୍ପାନି ସେୟାର ବାୟବେକ୍ କରିବାକୁ ଘୋଷଣା କରିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବଜାଜ ଅଟୋର ସେୟାର ୧୯ ପ୍ରତିଶତ ବଢି ସାରିଛି । ୨୦୨୧ ସେପ୍ଟେମ୍ୱର ସୁଦ୍ଧା କମ୍ପାନି ପାଖରେ ୧୭,୫୨୬ କୋଟି ଟଙ୍କାର କ୍ୟାସ କିମ୍ୱା ଇକ୍ୱିଭେଲେଣ୍ଟ ଥିଲା। ଏହା ପୂର୍ବରୁ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନି ନିକଟରେ ୧୭,୬୮୯ କୋଟି ସରପ୍ଲସ କ୍ୟାସ ଥିଲା।

ବଜାଜ ଅଟୋର ବୋର୍ଡ ଚଳିତ ମାସ ଆରମ୍ଭରେ ସେୟାର ବାୟବେକ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପରେ ଜୁନ ୨୭ରେ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜିର ବୋର୍ଡ ବୈଠକରେ କମ୍ପାନି ସେୟାର ବାୟବେକ ଯୋଜନାକୁ ମଞ୍ଜୁରୀ ଦେଇଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ, ସାଧାରଣତଃ ସେୟାର ବାୟବେକ ସହ ନିବେଶକଙ୍କ ବିଶ୍ୱାସ ବଢିଥାଏ । ସେୟାର ବାୟବେକ କରିବା ପରେ ଦୁର୍ବଳ ବଜାରରେ ବି ବଜାରର ସେୟାରକୁ ସପୋର୍ଟ ମିଳିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.