ବିପଦ ସଂକେତ ଉପରେ ବୈତରଣୀ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ
26/08/2020 at 9:35 AM

ଆନନ୍ଦପୁର ୨୬।୮: ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି ।

ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି । ବର୍ତ୍ତମାନ ଏଠାରେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଛି ।

ଗତ ଦୁଇଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ନଦୀ ଜଳପତ୍ତନ ବୃଦ୍ଧି ଘଟିଥିଲେ ମଧ୍ୟ କୌଣସି ଅଞ୍ଚଳରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି ।
Related Posts
ଜୁଲାଇ ପହିଲାରୁ ବଢିଛି ବର୍ଷା, ତଥାପି ୭ ଜିଲ୍ଲା ଶୁଖିଲା
7 July 2022